କଲମପୁରଠାରେ ୭୪ତମ ସମ୍ବିଧାନ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନି): ଆଜି ହେଉଛି ନଭେମ୍ବର ୨୬ ଭାରତ ପାଇଁ ଏକ ସ୍ୱତନ୍ତ୍ର ଦିବସ ।୧୯୪୯ ମସିହା ନଭେମ୍ବର ୨୬ ରେ ଦେଶର ସମ୍ବିଧାନକୁ ବିଧିବଦ୍ଧ ଭାବେ ଆରମ୍ଭ କରାଯାଇଥିଲା । ଭାରତୀୟ ସମ୍ବିଧାନରେ ଦିଆଯାଇଥିବା ମୌଳିକ କର୍ତ୍ତବ୍ୟ ଯାହା ଆମକୁ ଆମ ଦାୟିତ୍ୱକୁ ମନେ ପକାଇଥାଏ, ସେହି ସମ୍ବିଧାନର ମୌଳିକ ଅଧିକାର ହେଉଛି ନାଗରିକ ମାନଙ୍କର ଢାଲ । ସମ୍ବିଧାନ ନାଗରିକମାନଙ୍କୁ ଦେଶର ଜଣେ ମୁକ୍ତ ନାଗରିକ ଭାବେ ଅନୁଭବ କରାଇଥାଏ ତେଣୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଏହି ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ଥିଲା ଦେଶର ନାଗରିକଙ୍କ ମନରେ ସାମ୍ବିଧାନିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଏବଂ ସମ୍ମାନ ଦେବା । ଏହି ଦିବସ କୁ ସାରା ବିଶ୍ଵ ରେ ପାଳନ କରାଯାଉଥିବା ବେଳେ ଆଜି ଭାରତ ମୁକ୍ତି ମୋର୍ଚ୍ଚା ତରଫରୁ କଲମପୁର ସ୍ଥିତ ଦୈନିକ ବଜାର ପଡ଼ିଆ ରେ ଥିବା ଡ଼.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ରେ ଦୀପ ପ୍ରଜଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବାବା ସାହେବ ଆମ୍ବେଦକରଙ୍କ ବିଷୟରେ ଅତିଥି ବୃନ୍ଦ ନିଜ ନିଜ ବକ୍ତବ୍ୟ ରଖି ଥିଲେ। ଉକ୍ତ କାର୍ଯ୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ କଲମପୁର ବି ଡି ଓ ବିଜୟ କୁମାର ମାଡାଙ୍ଗି, ମୂଖ୍ୟ ବକ୍ତା ଭାବେ ଯତୀନ୍ଦ୍ର କର,ସମ୍ମାନୀୟ ଅତିଥି ଭାବେ ଡା ଶିବାଶିଷ ସ୍ଵାଇ, କମଳିନୀ ଯାଦବ,ପ୍ରତାପ କୁମାର ହେମ୍ବ୍ରମ,ମଣ୍ଟୁ ମାଝୀ, ଦୁଃଖି ରାମ ମାଝୀ, ମାଧବ ସୁନାନି ତଥା ଭାରତ ମୁକ୍ତି ମୋର୍ଚ୍ଚା ର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ପ୍ରଶାନ୍ତ ମାଝୀ ଓ ରମେଶ ନିଆଲ କରିଥିବା ବେଳେ ଅଞ୍ଚଳର ଶତାଧିକ ସମ୍ବିଧାନ ପ୍ରେମୀ ଜନ ସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.