ତାରାତାରିଣୀ ମହାବିଦ୍ୟାଳୟଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା  କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସ୍ଥିତ ତାରା ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଶା ସରକାରଙ୍କ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମର “ସାମାଜିକ କାର୍ଯ୍ୟକଳାପ ଶାଖା”ର କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ସୀମାଞ୍ଚଳ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ ଚାରି ନମ୍ବର ୱାର୍ଡର କାଉନସିଲର ଶ୍ରୀଯୁକ୍ତ ଅଶୋକ କୁମାର ମହାକୁଡ଼ I ଅତିଥିମାନେ ନିଜର ବକ୍ତବ୍ୟରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହିଭଳି “ଯୁବ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମକର “ସାମାଜିକ କାର୍ଯ୍ୟକଳାପ ଶାଖା” ର ସାମାଜିକ ପ୍ରତିଭା ଧର ମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ପ୍ରୟାସ କରୁଥିବାରୁ କୃତଜ୍ଞତା ଜଣାଇବା ସହ ସାମାଜିକ କାର୍ଯ୍ୟକଳାପରେ ଅଂଶ ଗ୍ରହଣ କରୁଥିବା ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ l ପରେ ସମସ୍ତ ଛାତ୍ରଛାତ୍ରୀ “ବିଶ୍ୱ ଏୈତିହ ସପ୍ତାହ” ପାଳନ କରିବା ପାଇଁ ଭାରତର ଏୈତିହ୍ଯ ସ୍ଥାନ ଜଉଗଡ଼ ସ୍ଥିତ ପାଣ୍ଡିଆ ଗ୍ରାମରେ ଜଉଗଡ଼ ସୁରକ୍ଷା ପାଇଁ ସ୍ଲୋଗାନ ଓ ଚକୁଳିଆପଣ୍ଡା ଗୀତ ସ୍ଵରରେ ଏକ ସଚେତନତଧର୍ମି ଅଭିନୟ ପରିବେଷଣ କରିବା ସହ ସରକାରୀ ଉଚ୍ଚ ବିଦ୍ୟାଳୟ(ପାଣ୍ଡିଆ)ରେ ଛାତ୍ରଛାତ୍ରୀମାନଙ୍କୁ ଜଉଗଡ଼ ସୁରକ୍ଷା, ଅଶୋକଙ୍କ ଶିଳାଲେଖର ଓଡ଼ିଆ ରୂପାନ୍ତର ଲିଫ୍ଟଲେଟ ବଣ୍ଟନ, ପରିଶେଷରେ ଜଉଗଡ଼ ଶିଳାଲେଖର ପରିସରରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ କରିଥିଲେ I ଯୁବ ଓଡ଼ିଶା ନବୀନ ଓଡ଼ିଶା ” ସାଂସ୍କୃତିକ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ଡ଼କ୍ଟର ସୁବ୍ରତ କୁମାର ଷଡଙ୍ଗୀ, ସାମାଜିକ କାର୍ଯ୍ୟକଳାପ ଶାଖା ଅଧିକାରୀ ଶ୍ରୀମତୀ ବନିତା ଖଟେଇ, ସହଯୋଗୀ ଶ୍ରୀମତୀ ନମ୍ରତା ମିଶ୍ର, ଡକ୍ଟର ବିପ୍ଳବ ରଞ୍ଜନ ପ୍ରଧାନ, ଡକ୍ଟର ସୁଧାଂଶୁ ଶେଖର ମିଶ୍ର, ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପଣ୍ଡା ମଞ୍ଚାସିନ ହୋଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ l ଏହି କାଯ୍ୟକ୍ରମରେ ଅଙ୍କିତା ମହାରଣା, ଆଜାଦ୍ ମହାନ୍ତି, ଅଧ୍ୟାପିକା ହରିପ୍ରିୟା ନାୟକଙ୍କ ସହ ବହୁ ଛାତ୍ର ଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.