କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଦୀପ ଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମ ରାମପୁର ଶ୍ରୀ ଶ୍ରୀ ଜଗନ୍ନାଥ ଓ ମହାଲକ୍ଷ୍ମୀ ମନ୍ଦିର ରେ ସମସ୍ତ ନୀତି କାନ୍ତି ସହିତ ଦୀପ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପୂଜକ ଅଶୋକ ତ୍ରିପାଠୀ,କେଦାର ମହାରଣା ଓ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ତତ୍ତ୍ଵାବଧାନରେ ମହାଦୀପ, ମଙ୍ଗଳ ଆଳତି ଓ ଦୀପ ଯଜ୍ଞ ହୋଇଯାଇଛି। ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କ ଅପାର କରୁଣା ରୁ କର୍ତ୍ତା ଭାବେ ନବୀନ ଅଗ୍ରୱାଲ ସପତ୍ନୀକ ସମସ୍ତ ଦାୟୀତ୍ବ ସମ୍ପାଦନ କରିଥିଲେ। ଚତୁର୍ଦ୍ଦଶୀ ଦିନ ମହାପ୍ରଭୁଙ୍କ ପାଖରେ ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା। ମଧ୍ୟରାତ୍ରିରେ ଅମୃତ ବେଳାରେ ପୂଜାର୍ଚ୍ଚନା ପରେ କର୍ତ୍ତାଙ୍କ ମାଧ୍ୟମରେ ବିଶ୍ଵକର୍ମା ସେବକ ଶ୍ରୀ କେଦାର ମହାରଣାଙ୍କ ଦ୍ଵାରା ମନ୍ଦିର ପରିକ୍ରମା କରି ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ଉପରେ ମହାଦୀପ ସ୍ଥାପନ କରାଯାଇଥିଲା। ଅଦ୍ୟ ତା ୨୭-୧୧-୨୩ ରିଖ ପ୍ରାତଃ ୫.୧୫ ମି ରେ ନିତିକ୍ରାନ୍ତି ଓ ପୂଜାର୍ଚ୍ଚନା ପରେ କର୍ତ୍ତାଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରି ଦୀପଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଦିବା ୧୦.୩୦ ରେ ପୂର୍ଣ୍ଣାହୁତି ହୋମ ହୋଇ ଦୀପଯଜ୍ଞ ସମାପନ ହୋଇଯାଇଛି। ଏହି ମହାର୍ଘ କାର୍ଯ୍ୟକ୍ରମ ରେ ସୁବାସ ପୂଜାପଣ୍ଡା,ବିନୋଦ ସାହୁ, ସୁରେନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ଉଦ୍ଧବ ପଣ୍ଡା,ଦୀପକ ସାହୁ, ପ୍ରବୀର ଚନ୍ଦ୍ର ସାହୁ,ସମସ୍ତ ହବିଶିଆଲି, ବ୍ରତୀ ଓ ଶ୍ରୀ ଜଗନ୍ନାଥ ପରିବାର ପୂର୍ଣ୍ଣ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.