ଚିତ୍ତରଞ୍ଜନ ଦାସ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): କେନ୍ଦ୍ର ସାହିତ୍ୟ ଏକାଡେମି ତରଫରୁ ଭୁବନେଶ୍ୱର ସ୍ଥିତ ଭାରତୀୟ ବିଦ୍ୟା ଭବନ ପ୍ରେକ୍ଷାଳୟରେ ଚିତ୍ତରଞ୍ଜନ ଦାସ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଗାନ୍ଧିବାଦୀ ନେତ୍ରୀ କୃଷ୍ଣା ମହାନ୍ତିଙ୍କ ଦ୍ୱାରା ଉଦ୍ଘାଟିତ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସାହିତ୍ୟ ଏକାଡେମୀର ସଚିବ ଡ଼କ୍ଟର କେ. ଶ୍ରୀନିବାସରାଓ। ଡକ୍ଟର ରାଓ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ କୃତି ସମୂହର ସୂଚନା ଦେବା ସହିତ କହିଥିଲେ ଯେ, ତାଙ୍କ ଭଳି ଲେଖକ ଓ ଚିନ୍ତକ ବାସ୍ତବରେ ଦୁର୍ଲ୍ଲଭ। ଶ୍ରୀମତୀ ମହାନ୍ତି ଚିତ୍ତରଞ୍ଜନ ଦାସଙ୍କ ସରଳ ଜୀବନଚର୍ଯ୍ୟା ଭିତରେ କେମିତି ମହାନତା ଭରି ରହିଥିଲା ତାହା ବର୍ଣନା କରିଥିଲେ। ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଫେସର ଚିତ୍ତରଂଜନ ଦାସ ଶତବାର୍ଷିକୀ କମିଟିର ଅଧକ୍ଷ ସୌମ୍ୟରଂଜନ ପଟନାୟକ କହିଥିଲେ ଯେ ଆଜିର ସମୟରେ ଚିତ୍ତରଞ୍ଜନ ଦାସଙ୍କ ପ୍ରାସଙ୍ଗିକତା ଅଧିକ ରହିଛି। ତାଙ୍କର ଗଦ୍ୟ ସାହିତ୍ୟର ତୁଳନା ନାହିଁ। ମୂଳ ଭାଷଣ ପ୍ରଦାନ କରିଥିଲେ ପ୍ରଫେସର ଗୌରାଙ୍ଗ ଚରଣ ଦାଶ। ନିଜ ବକ୍ତବ୍ୟରେ ସେ କହିଥିଲେ ଯେ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ଦୃଷ୍ଟିରେ ସବା ମୂଳରେ ଥିଲା ମଣିଷ। ସମଗ୍ର ପୃଥିବୀକୁ ନିଜ ପାଖକୁ ଟାଣିଆଣିବା ପାଇଁ ସେ ପ୍ରବର୍ତ୍ତାଉ ଥିଲେ| ସାହିତ୍ୟ ଚର୍ଚାର ସେ ଥିଲେ ନୂଆ ଆଖି।

Omkar Vasthu
Omkar Vasthu

ଉଦ୍ଘାଟନୀ ଅଧିବେଶନର ସଭାପତିତ୍ୱ କରିଥିଲେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡ଼କ୍ଟର ଗୌରହରି ଦାସ। ସେ କହିଥିଲେ, ଚିତ୍ତରଞ୍ଜନ ଦାସ ଥିଲେ ସାଧାରଣ ଦେଖାଯାଉଥିବା ଅସାଧାରଣ ମଣିଷ। ତାଙ୍କୁ ଅଭିଭାବକ-ସମାଲୋଚକ କହିଲେ ଯଥାର୍ଥ ହେବ। ତାଙ୍କ ନରମ ଶବ୍ଦ ଭିତରେ ସୁଦ୍ଧା ପ୍ରଚଣ୍ଡ ଶକ୍ତି ରହିଥିଲା ଅନ୍ୟକୁ ଆଲୋଡିତ କରିବା ପାଇଁ। ଉଦ୍ଘାଟନୀ ଅଧିବେଶନରେ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ପବିତ୍ର ମୋହନ କର। ସଭା ପରିଚାଳନା କରିଥିଲେ ସାହିତ୍ୟ ଏକାଡେମୀର ସହାୟକ ସମ୍ପାଦକ କ୍ଷେତ୍ରବାସୀ ନାଏକ। ପ୍ରଥମ ଅଧିବେଶନରେ ପ୍ରଫେସର ଯତୀନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ପ୍ରବନ୍ଧ ପାଠ କରିଥିଲେ ଅଭିରାମ ବିଶ୍ୱାଳ, ଅରବିନ୍ଦ ବେହେରା ଏବଂ ପବିତ୍ର ମୋହନ ଦାଶ। ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଚିତ୍ତରଞ୍ଜନ ଚିରଞ୍ଜିତ। ଦ୍ଵିତୀୟ ଅଧିବେଶନରେ ଅଧ୍ୟାପକ ବିଶ୍ଵରଞ୍ଜନଙ୍କ ଅଧ୍ୟକ୍ଷତାରେ ପ୍ରବନ୍ଧ ପାଠ କରିଥିଲେ ଭାରତ ଭୂଷଣ ମହାନ୍ତି, ପ୍ରଫେସର ଧନେଶ୍ୱର ସାହୁ ଏବଂ ପ୍ରବୀଣା ମହାନ୍ତି। ଶେଷରେ ଧନ୍ୟବାଦ ଦେଇଥିଲେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଅରୁଣ କୁମାର ସାହୁ। ଏହି କାର୍ଯ୍ୟକ୍ରମରେ ବହୁ ଲେଖକ, ବୁଦ୍ଧିଜୀବୀ ଓ ଚିତ୍ତ-ଅନୁଗାମୀ ଯୋଗ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.