ସ୍ବର୍ଗତ ଲକ୍ଷ୍ମୀ ନାରାୟଣ ମେହେରଙ୍କ ସ୍ମୃତି ଉଦ୍ଧେଶ୍ୟରେ ବ୍ରହ୍ମା ଭୋଜନ ସହ ସ୍ଵର୍ଣୀମ ଭବନ ଠାରେ ସ୍ମୃତି ସଭା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ବ ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠାନ ର ସ୍ୱର୍ଣୀମ ଭବନ ଠାରେ ଅନୁଷ୍ଠାନ ର ଉପଦେଷ୍ଟା ସ୍ୱର୍ଗୀୟ ଲକ୍ଷ୍ମୀ ନାରାୟଣ ମେହେର ଙ୍କ ପରିବାର ତରଫ ରୁ ଏକ ସାମୁହିକ ବ୍ରହ୍ମା ଭୋଜନ ଅନୁଷ୍ଟିତ ହୋଇ ଯାଇଥିବା ବେଳେ ଅନୁଷ୍ଠାନ ପକ୍ଷରୁ ଏକ ସ୍ମୃତି ସଭା ମଧ୍ୟ ଅନୁଷ୍ଟିତ ହୋଇଥିଲା l ଏଥିରେ ଶ୍ରୀ ମେହେର ଙ୍କ ଧର୍ମ ପତ୍ନୀ ପଦ୍ମାବତୀ ମେହେର, ପୁତ୍ର ଓ ପୁତ୍ର ବଧୂ, ନାତି ନାତୁଣୀ ଙ୍କ ସମେତ ବ୍ରହ୍ମା କୁମାରୀ ପରିବାର ଓ ସ୍ୱଚ୍ଛ ଭାରତ ପରିବାର ର ସମସ୍ତ ସଦସ୍ୟ ଯୋଗ ଦେଇ ସ୍ୱର୍ଗୀୟ ମେହେର ଙ୍କ ଫଟୋ ଚିତ୍ର ରେ ଧୂପ ଦୀପ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥଲେ l ଏବଂ ବଡ ଭଉଣୀ ବ୍ରହ୍ମା କୁମାରୀ ସ୍ନେହl , ସଦସ୍ୟ ଜଗନ୍ନାଥ ଦାଶ, ସ୍ୱଚ୍ଛ ଭାରତ ର ବରିଷ୍ଠ ସଦସ୍ୟ ଇନ୍ଦୁମତି ପୁରୋହିତ, ପ୍ରଦୀପ ପୁରୋହିତ, ମନୋରଞ୍ଜନ ତ୍ରୀପାଠୀ ଉଭୟ ଅନୁଷ୍ଠାନ ପ୍ରତି ଶ୍ରୀ ମେହେର ଙ୍କ ଶ୍ରଦ୍ଧା, ସହଯୋଗ ଓ ଉଲ୍ଲେଖନୀୟ ଅବଦାନ ଉପରେ ସ୍ମୃତି ଚାରଣ କରି ଭାବ ବିହ୍ୱଳ ହୋଇ ପଡ଼ିଥିଲେ l ଏବଂ ଉଭୟ ଅନୁଷ୍ଠାନ ଗୋଟିଏ ମୁଦ୍ରା ର ଉଭୟ ପାର୍ଶ୍ଵ ବୋଲି ମତ ଦେଇ ଗୋଟିଏ ଅନୁଷ୍ଠାନ ମାନସିକ ଶାନ୍ତି ସ୍ଵଚ୍ଛତା କ୍ଷେତ୍ର ରେ ଆଉ ଏକ ଅନୁଷ୍ଠାନ ପରିବେଶ ସ୍ଵଚ୍ଛତା କ୍ଷେତ୍ର ରେ ଉତ୍ସର୍ଗୀକୃତ ସେବା କାର୍ଯ୍ଯ କରୁଛି ବୋଲି ମତ ରଖିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.