ନର୍ଲାର ଟକର୍ଲା ଓ ନିଶାଣପୁର ପଂଚାୟତରେ ଆମ ବ୍ୟାଙ୍କ ସେବା ଆରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ସାରା ରାଜ୍ୟର ୭୫୪ ଗୋଟି ଗ୍ରାମ ପଞ୍ଚାୟତ ଅଫିସ ପରିସରରେ ଉଦ୍ଘାଟିତ ହୋଇଛି ବ୍ୟାଙ୍କ ଶାଖା । ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଏକ ଭବ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ୫ଟି ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ଉଦ୍ଘାଟନ କରିଛନ୍ତି ଆମ ବ୍ୟାଙ୍କ ସେବା ଯୋଜନାରେ ୭୫୪ ଗୋଟି ବ୍ୟାଙ୍କ ଶାଖା । ଏଥିପାଇଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ପିଏନବି, ୟୁକୋ ଭଳି ୬ ଗୋଟି ରାଷ୍ଟ୍ରାୟତ ବ୍ୟାଙ୍କ ସହ ରାଜ୍ୟ ସରକାର ଏମଓୟୁ ସାଇନ କରିଛନ୍ତି । ୩୧୪ ଗୋଟି ବ୍ଲକ ର ବ୍ୟାଙ୍କ ସେବା ନଥିବା ୪୩୭୩ ଗ୍ରାମ ପଂଚାୟତରେ ଆସନ୍ତା ୨୪ ମାର୍ଚ୍ଚ ୨୦୨୪ ସୁଦ୍ଧା ସରକାର ଏହି ସେବା ଉପଲବ୍ଧ କରିବେ ବୋଲି ଘୋଷଣା କରିଛନ୍ତି । ଗ୍ରାମାଞ୍ଚଳର ମହିଳା, ସ୍ୱୟଂ ସହାୟକ ଓ ମିଶନ ଶକ୍ତିର ମହିଳା ମାନେ ନିଜ ଗାଁ ଠାରୁ ୫ ରୁ ୧୫ କିମି ଦୁର ଦୂରାନ୍ତରେ ରହିଥିବା ବ୍ୟାଙ୍କକୁ ଯିବାକୁ ପଡୁଥିଲା ।ଏବେ ପ୍ରତି ଗ୍ରାମ ପଂଚାୟତରେ ସରକାର ଆମ ବ୍ୟାଙ୍କ ଯୋଜନାରେ ବ୍ୟାଙ୍କ ସେବା ଯୋଗାଇ ଦେଇଥିବାରୁ ଏହାକୁ ଏଇତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବିଦ୍ଧିଜୀବୀ ମହଲରେ ସରକାରଙ୍କୁ ପ୍ରଶଂସା କରାଯାଉଛି । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଭରଚୁଆଲ ମୋଡ଼ରେ ଏହି ସେବା ଉଦ୍ଘାଟନ କରିବା ପରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଟକର୍ଲା ଊ ନିଶାଣପୁର ଗ୍ରାମ ପଂଚାୟତରେ ଉଦ୍ଘାଟନ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ଟକର୍ଲା ଗ୍ରାମ ପଂଚାୟତ ଅଫିସ ପରିସରରେ ୩୦୦ ରୁ ଉର୍ଦ୍ଧ୍ବ ଜନ ସାଧାରଣ ସମବେତ ହୋଇଥିଲେ। ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ଏମ ଜଗଜୀବନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ନର୍ଲା ଜିଲ୍ଲା ପରିଷଦ ନମ୍ରତା ସାହୁ, ଟକର୍ଲା ସରପଞ୍ଚ ରାମଚନ୍ଦ୍ର ସାହୁ, ସମିତି ସଦସ୍ୟା ବିନିରାଣୀ ରାଉତ, ରୁପ୍ରା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ, ନର୍ଲା ସହକାରୀ ଯନ୍ତ୍ରୀ ସୁଧାଂଶୁ ମହାଳି, ପଲମ ସରପଞ୍ଚ ହେମକିଶୋର ନାଗ, ମୁସ୍କୁଟି ସମିତି ସଦସ୍ୟ ପ୍ରମୁଖ ମଞ୍ଚସୀନ ହୋଇଥିଲେ । ଉକ୍ତ ଗ୍ରାମ ପଞ୍ଚାୟତ ଅଞ୍ଚଳର ସିଆରସି ମାନେ ଅତିଥି ବୃନ୍ଦଙ୍କ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଟକର୍ଲା ପିଇଓ ମଧୁ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗିଗିନା ପିଇଓ କୃଷ୍ଣଚନ୍ଦ୍ର ସାହୁ ମଞ୍ଚ ସଂଯୋଜନା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂଗ ରେ ୭୫୪ ଗୋଟି ଗ୍ରାମ ପଂଚାୟତରେ ବ୍ୟାଙ୍କ ଶାଖା ଉଦ୍ଘାଟନ କରିବା ପରେ ଟକର୍ଲା ଗ୍ରାମ ପଞ୍ଚାୟର ଷ୍ଟେଟ ବ୍ୟାଙ୍କ ଶାଖାକୁ ନର୍ଲା ବିଡ଼ିଓ ଓ ଉପସ୍ଥିତ ଅତିଥି ଉଦ୍ଘାଟନ କରିଥିଲେ । ସେହିଭଳି ନିଶାନପୁର ଗ୍ରାମ ପଂଚାୟତରେ ମଧ୍ୟ ନର୍ଲା ଏବିଡିଓ ଦେବେନ୍ଦ୍ର ସାମଲଙ୍କ ନେତୃତ୍ୱରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସରପଞ୍ଚ, ସମିତି ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଙ୍କ ଏହି ଯୁଗାନ୍ତକାରୀ କାର୍ଯ୍ୟକ୍ରମ ଲୋକଙ୍କୁ ଦେଖାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.