ମା ମାଣିକେଶ୍ବରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥୁଆମୂଳ ରାମପୁର ଠାରେ ବିଶ୍ୱ ଏଡ୍ସ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଥୁଆମୁଳ ରାମପୁର ସ୍ଥିତ ମା ମାଣିକେଶ୍ବରୀ ପ.ସ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ଏକ ସଚେତନ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ଓ କଲେଜ ସଭାଗୃହ ରେ ଏଡ୍ସ ସମ୍ପର୍କରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ  ସତ୍ୟ ନାରାୟଣ ମୁଣ୍ଡଛିନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକ୍ତର ନୀତିଶ କୁମାର ଝା ଯୋଗଦେଇ ଏଡ୍ସର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ଏହାର ନିରାକରଣ ଓ ସତର୍କତା ସମ୍ପର୍କରେ ବିସ୍ତୃତ ଭାବରେ ଶିକ୍ଷା ପ୍ରଦାନ କରିଥିଲେ । ଯୁବ ରେଡ଼କ୍ରସ ପରାମର୍ଶଦାତା ସରୋଜ କୁମାର ପଟ୍ଟଯୋଶୀ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ବବୃ ବାହାନ ବୁଦ୍ଧିଆ, ଆଲୋଚନା ସଭା ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଅଧ୍ୟାପକ ଉଦ୍ଧବ ବାରିକ, ଶେକ ଅଖତର, କ୍ରୀଡା ଶିକ୍ଷକ ବନବିହାରି ପରିଡା, ସତ୍ୟନାରାୟଣ ଦାସ, ଆଲୋକ ମୁଣ୍ଡ, ତୁଳସୀରାମ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଜେତା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ପରେ ସଭା କାର୍ଯ୍ୟ ଶେଷ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.