‘ଓଡ଼ିଶା ଓ ଭାରତ ମାଟିରେ ଯାଦବଙ୍କ ଭୂମିକା ଅନନ୍ୟ ଓ ଗୁରୁତ୍ୱପୂର୍ଣ୍ଣ’

କାଶିପୁର ଠାରେ ଯାଦବ ସମ୍ମିଳନୀ 

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା କାଶୀପୁର ବ୍ଲକଠାରେ କାଶୀପୁର ବ୍ଲକ ଯାଦବ ମହାସଭା ଆନୁକୁଲ୍ୟରେ ଶୁକ୍ରବାର ଯାଦବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଯାଦବ ସମ୍ପ୍ରଦାୟଙ୍କ ସର୍ବାଙ୍ଗୀନ ବିକାଶ ଲକ୍ଷ ନେଇ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରୁ ଯାଦବ ବ୍ଯକ୍ତି ବିଶେଷ ସମ୍ମିଳନୀରେ ଯୋଗ ଦେଇଥିଲେ। ଅଖିଳ ଭାରତୀବର୍ଷିୟ ଯାଦବ ମହାସଭାର ଯୁବ ସଭାପତି ପ୍ରଦୀପ ବେହେରା ଏହି ସମ୍ମିଳନୀରେ ଯୋଗଦେଇ ଓବିସି ମଧ୍ଯରେ ଯାଦବ ସମ୍ପ୍ରଦାୟଙ୍କ ସଂଖ୍ୟା ଅଧିକ। ଭାରତୀୟ ସେନାରେ ଯାଦବ ରେଜିମେଣ୍ଟର ଆବଶ୍ୟକତା ଏବଂ ସମସ୍ତେ ଏକଜୁଟ ହେଲେ ଶିକ୍ଷା ସଂସ୍କାର ଆର୍ଥିକ ସ୍ବାବଲମ୍ବନଶୀଳ ହେବା ସହ ରାଜନୀତିରେ ନିର୍ଣ୍ଣାୟକ ଭୂମିକା ଯାଦବ ମାନଙ୍କର ରହିପାରିବ ବୋଲି ମତ ଦେଇଥିଲେ। କାଶୀପୁର ଯାଦବ ମହାସଭାର ସଭାପତି ଅମର ଗୋପାଳ, ସମ୍ପାଦକ ସୁରେନ୍ଦ୍ର ଗଉଡ, କବି ଓଡିଶା ଯାଦବ ମହାସଭାର ଯୁବ ସମ୍ପାଦକ ଅମିତ ନାୟକ, ପୂର୍ଣ୍ଣଚନ୍ଦ୍ର ଗଉଡ, ଗୋପ ଗଉଡ, ଜଗନ୍ନାଥ ଗଉଡ, ରାମେଶ୍ଵର ଗଉଡ, କୈଳାସ ଗଉଡ, ଲଳିତ ଗଉଡ, କବି ନିରଞ୍ଜନ ନାୟକ, ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ, ରାୟଗଡା ଜିଲ୍ଲା ଗୌଡ ସମାଜରୁ ତ୍ରିନାଥ ଗୌଡ, ପ୍ରତାପ ଗୌଡ ପ୍ରମୁଖ କାଶୀପୁର ଯାଦବ ମହାସଭାର କର୍ମକର୍ତ୍ତା ଉପସ୍ଥିତ ରହି ଓଡ଼ିଶା ଓ ଭାରତ ମାଟିରେ ଯାଦବଙ୍କ ଭୂମିକା ଅନନ୍ୟ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ। କାର୍ଯ୍ଯକ୍ରମରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ତଥା କେସିଙ୍ଗା ମୁନିସିପାଲଟି ଅଧ୍ୟକ୍ଷ ନୃପରାଜ ଯାଦବ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର ଓ ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷାଙ୍କ ପ୍ରତିନିଧି ପିତବାସ ବେହେରା ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଇତି ଅବସରରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓଙ୍କ କମଳରେ କାଶୀପୁର ସ୍ଥିତ ଯାଦବ ଭବନର ଉଦଘାଟନ କରାଯାଇଥିଲା। କାଶୀପୁରର ଯୁବ ଲେଖକ ନିରଞ୍ଜନ ନାୟକ ମଞ୍ଚ ପରିଚାଳନା ଓ ସଞ୍ଚାଳନ କରିଥିବାବେଳେ ସମ୍ପାଦକ ଅମିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.