ଦୁର୍ଘଟଣା ଜନିତ ଶୂନ୍ୟମୃତ୍ୟୁ ସପ୍ତାହ ପରିପ୍ରେକ୍ଷୀରେ ବାହାରିଲା ସଚେତନତା ରଥ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲାରେ ଦୁର୍ଘଟଣା ଜନିତ ଶୂନ୍ୟମୃତ୍ୟୁ ସପ୍ତାହ ପାଳନ ଅବସରରେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଏକ ସଚେତନତା ରଥ ଓ ଶୋଭାଯାତ୍ରାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ I ଏହି ରଥ ସପ୍ତାହ ବ୍ୟାପୀ ଜିଲ୍ଲାର ସମସ୍ତ ୬ ଟି ଯାକ ବ୍ଲକର ବିଭିନ୍ନ ଗ୍ରାମ ତଥା ସହର ପରିକ୍ରମା କରି ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ବିଷୟରେ ଅବଗତ କରାଇବ I ତତସଂଗେ ଲୋକମାନଙ୍କୁ ଟ୍ରାଫିକ ସମ୍ବନ୍ଧୀୟ ନିୟମର ପ୍ରଚାର ପତ୍ରିକା ବଣ୍ଟନ କରାଯିବ l ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୋଶଳ ଆବାସିକ ବିଦ୍ୟାଳୟ ସୋନପୁରର ଛାତ୍ରଛାତ୍ରୀ ତଥା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ସୁବର୍ଣ୍ଣପୁର ର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସଚେତନତା ରଥ ଓ ଶୋଭାଯାତ୍ରା କୁ ସହର ପରିକ୍ରମା କରାଇଥିଲେ I ଡିସେମ୍ବର ୧ ରୁ ଡିସେମ୍ବର ୭ ମଧ୍ୟରେ ଜିଲ୍ଲାରେ ଦୁର୍ଘଟଣା ଜନିତ ଶୂନ୍ୟମୃତ୍ୟୁ ପାଇଁ ସମସ୍ତ ଜିଲ୍ଲାବାସୀ ଯତ୍ନବାନ ହେବାକୁ ଜିଲ୍ଲାପାଳ ଶ୍ରୀ ରାୟ ପରାମର୍ଶ ଦେବା ସହ ଏହି ସପ୍ତାହ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଏବଂ ବିଭାଗୀୟ ଦାୟିତ୍ୱ ର ସୁ ପରିଚାଳନା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଆଞ୍ଚଳିକ ପରିବହନ ଅଧିକାରୀ, ସୁବର୍ଣ୍ଣପୁର ଙ୍କୁ ପରାମର୍ଶ ଦେଇଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.