ଜନଜାତି ଯୁବବର୍ଗକୁ ଉତ୍ସାହିତ ପାଇଁ ଏସଡିସି ପକ୍ଷରୁ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ଜନଜାତିଙ୍କ ବିକାଶ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ମୁଖ୍ୟ ଉଦ୍ଦେଶ୍ୟ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ସ୍ଥାନୀୟ ରାୟଗଡ ସହର ସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ ପଡିଆ ଠାରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଛି | ଆଜି ଠାରୁ ଆସନ୍ତା ରବିବାର ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜିତ ହେବ | ରାୟଗଡା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ମlଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଆନୁଷ୍ଠାନିକ ଭାବେ କ୍ରୀଡା ପତାକା ଉତ୍ତୋଳନ କରି ପ୍ରତିଯୋଗିତାର ଉଦଘାଟନ କରିଥିଲେ l

ଜିଲ୍ଲାର ୧୧ ଗୋଟି ବ୍ଲକର ଜନଜାତି ଛାତ୍ର ଛାତ୍ରୀଏହି ପ୍ରତିଯୋଗିତାରେ ଯୋଗଦାନ କରିଛନ୍ତି l ପୁଅ ପ୍ରତିଯୋଗୀ ମାନଙ୍କ ମଧ୍ୟରେ କ୍ରିକେଟ ଓ ଭଲିବଲ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଝିଅ ମାନଙ୍କ ମଧ୍ୟରେ ଖୋକ ଓ ବେଡ଼ମୀଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l

ଏହା ବ୍ୟତୀତ ଗଣମାଧ୍ୟମ ପ୍ରତନିଧି, ପୋଲିସ, ରେଳବାଇ, ରାୟଗଡା ମହାବିଦ୍ୟାଳୟ ମଧ୍ୟରେ କ୍ରିକେଟ ଓ ଭଳିବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ପରିଚାଳନା କମିଟି ସୂଚନା ଦେଇଛନ୍ତି | ଆଦିବାସୀ ବହୁଳ ରାୟଗଡା ଜିଲ୍ଲାରେ ଜନଜାତିଙ୍କ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି |

ଜନଜାତିଙ୍କ କଳା, ସଂସ୍କୃତି, ପରମ୍ପରା, ସାହିତ୍ୟ, ପାରମ୍ପରିକ ବାଦ୍ୟ, ନୃତ୍ୟ ଆଦିକୁ ଉଦ୍ଜୀବିତ କରି ରଖିବା ପାଇଁ ଏବଂ ଯୁବ ବର୍ଗଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭା ତଥା ବିଭିନ୍ନ ପ୍ରକାର କ୍ରୀଡାରେ ସାମିଲ ହୋଇ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଜିଲ୍ଲାରୁ ରାଜ୍ୟ ଏବଂ ଜାତୀୟ ସ୍ତରରେ ଗୌରବ ଆଣି ପାରିବେ ସେ ନେଇ ଏସଡିସି ମାଧ୍ୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁଖ୍ୟ ଅତିଥି ଏବଂ ଅଧ୍ୟକ୍ଷା ମତ ବ୍ୟକ୍ତ କରିଥିଲେ |

ଦୀପ ଏବଂ କ୍ରୀଡା ମଶାଲ ପ୍ରଜ୍ବଳନ ପୂର୍ବକ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଥିବା ବେଳେ ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଠା ସୁଧୀର ଦାଶ୍, ଅତିରକ୍ତ ଜିଲାପାଳ ରାମେଶ୍ୱର ପ୍ରଧାନ, ଭାସ୍କର ଚନ୍ଦ୍ର ରଇତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପlତ୍ର, ଓବିସି ଉପଦେଷ୍ଠା ପୃଥିବୀ ରାଜ ସାହୁ, ସିଡିଓ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲା ପରିଷଦ, ନିହାର ରଞ୍ଜନ କହଁର, ପିଏ ଆଇଟିଡିଏ, ରାୟଗଡା ଦିଲ୍ଲୀପ ବେହେରା, ପିଏ ଆଇଟିଡିଏ ଗୁଣପୁର ଶାନ୍ତିପ୍ରଭା ପ୍ରଧାନ, ସ୍ୱତନ୍ତ୍ର ଅଧିକାରୀ ସରୋଜ କୁମାର ବେହେରାଙ୍କ ସମେତ ବିଭିନ୍ନ ବ୍ଲକ ଅଧ୍ୟକ୍ଷା ଓ ଅନ୍ୟ ମାନେ ଯୋଗ ଦେଇଥିଲେ। ଜିଲ୍ଲାର ବିଭିନ୍ନ ହାଇସ୍କୁଲର କ୍ରୀଡା ଶିକ୍ଷକଶିକ୍ଷୟିତ୍ରୀ ମାନେ ପ୍ରତିଯୋଗିତାକୁ ପରିଚାଳନା କରୁଥିବା ବେଳେ ଏସଡିସି ଅଧ୍ୟକ୍ଷା ଅନୁସୂୟା ମାଝୀ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରୁଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.