ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରା-ମୁସ୍କୁଟିରେ ବିଶ୍ବ ଏଡସ୍ ଦିବସ-୨୦୦୩

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରା-ମୁସ୍କୁଟି ଠାରେ ଯୁବ ରେଡକ୍ରସ ୟୁନିଟ ତଥା ରେଡରିବନ କ୍ଲବ ଆନୁକୂଲ୍ୟରେ ‘ବିଶ୍ବ ଏଡସ୍ ଦିବସ-୨୦୨୩’ ମହାସମାରୋହରେ ପାଳିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତପନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ସମାବେଶରେ ମୂଖ୍ୟବକ୍ତା ଭାବେ ପିଏଚସି ରୁପ୍ରାର ମେଡ଼ିକାଲ ଅଫିସର ଡାକ୍ତର ଦୁର୍ଯ୍ୟୋଧନ ପଧାନ, ସମ୍ମାନିତ ଅତିଥି ଭାବେ  ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପିକା ମମତା ମଂଜରୀ ପ୍ରଧାନ, ଓଡିଆ ବିଭାଗର ବରିଷ୍ଠ ଅଧ୍ୟାପକ କାଳୀଚଳଣ ମହାପାତ୍ର, ମୁସ୍କୁଟି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ମହିଳା ସ୍ବାସ୍ଥ୍ୟ କର୍ମୀ ବିନୋଦିନୀ ସାହୁ ପ୍ରମୁଖ ଯୋଗଦେଇ ଏହି ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପ୍ରବନ୍ଧ, ତର୍କ, ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ସଭାକୁ ରେଡକ୍ରସ କାଉନସିଲର ତଥା ବରିଷ୍ଠ ଇତିହାସ ଅଧ୍ୟାପକ ସୁଧିର କୁମାର ପଣ୍ଡା ପରିଚାଳନା କରିଥିବା ବେଳେ, ଅଧ୍ୟପିକା ମମତା ମଂଜରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ସ୍ବେଚ୍ଛାସେବୀମାନେ ବିଭିନ୍ନ ଏଡସ୍ ସଚେତନତା ସ୍ଲୋଗାନ ଦେଇ ମୁସ୍କୁଟି ଗ୍ରାମ ପରିକ୍ରମା କରିଥିଲେ। ଏହି ରାଲିରେ ସ୍ବାସ୍ଥ୍ୟ କର୍ମୀ ବିନୋଦିନୀ ସାହୁ, ପୁରୁଷ ସ୍ବାସ୍ଥ୍ୟ କର୍ମୀ ଦୟାନିଧି ରଣା, ଆଶାକର୍ମୀ ବିଳାସିନୀ ଗଡତିଆ ତଥା ମହାବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.