ପୋଲିସ ଗାଡି ଧକ୍କାରେ ଦୁଇ ସାମ୍ବାଦିକ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ‘ଆଞ୍ଚଳିକ ଖବର’ର ପ୍ରତିନିଧି ତଥା ଫୋକସ୍ ପ୍ଲସର ପଶ୍ଚିମ ଓଡ଼ିଶା ବ୍ୟୁରୋ ହେଡ ରଞ୍ଜନ କୁମାର ମହାନ୍ତି ଓ କର୍ଲାମୁଣ୍ଡା  ବ୍ଲକରେ କାର୍ଯ୍ୟରତ ଫୋକସ ପ୍ଲସ ସାମ୍ବାଦିକ ଧନୁର୍ଯ୍ୟ ସାହୁଙ୍କୁ ଶନିବାର ଦିନ କେସିଙ୍ଗା ସରସ୍ଵତୀ ଶିଶୁ ମନ୍ଦିର ଛକ ନିକଟରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପ ଠାରେ କେସିଙ୍ଗାରୁ ଭବାନୀପାଟଣା ଯାଉଥିବା ଏକ ପୋଲିସ ବସ ସାମ୍ବାଦିକଙ୍କ ଏନଫିଲଡ଼ ବୁଲେଟ ବାଇକକୁ ଧକ୍କା ଦେବା ଫଳରେ ସାମ୍ବାଦିକ ଦ୍ୱୟ ଆଗକୁ ଛିଟିକି ପଡ଼ିଥିଲେ । କେସିଙ୍ଗା ପ୍ରମେୟ ପ୍ରତିନିଧି ଗଜିନ୍ଦ୍ର ସାହୁ ଓ କିଛି ସ୍ଥାନୀୟ ଯୁବକ ସାଙ୍ଗେସାଙ୍ଗେ ଗୁରୁତର ଦୁଇ ସାମ୍ବାଦିକଙ୍କୁ ନେଇ କେସିଙ୍ଗା ଡକ୍ଟରଖାନାରେ ଚିକିତ୍ସା କରାଇ ଥିଲେ । ଖବର ନେବାରୁ ଜଣା ପଡ଼ିଛି ଯେ, ସାମ୍ବାଦିକ ଦ୍ବୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଅଛି ବୋଲି । ଗୋଟିଏ ପଟେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରି ଲୋକଙ୍କ ଜୀବନ ସୁରକ୍ଷା ସପ୍ତାହ ପାଳନ କରିବା ଲୋକଙ୍କୁ ପୋଲିସ ସଚେତନ କରୁଥିବାବେଳେ ଅନ୍ୟ ପଟେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବର ଦୁଇ ସାରଥୀଙ୍କୁ ପୋଲିସ ଗାଡି ଦୁର୍ଘଟଣା ଘଟେଇ ଫେରାର ହୋଇଯିବ କେତେ ଦୂର ଯୁକ୍ତିଯୁକ୍ତ । ଆହତ ସାମ୍ବାଦିକ ଦ୍ୱୟ କେସିଙ୍ଗା ଆଦର୍ଶ ଥାନାକୁ ଯାଇ ଦୁର୍ଘଟଣା ଘଟାଇ ଫେରାର ମାରି ଥିବା ପୋଲିସ ବସ ଡ଼୍ରାଇଭର ନାମରେ ଲିଖିତ ଅଭିଯୋଗ କରିବାପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଗାଡ଼ି ନମ୍ବର ସିସି କେମେରା ଫୁଟେଜ ଚେକ କଲା ପରେ ଡ଼୍ରାଇଭର ନାମରେ ଲିଖିତ ଅଭି ଯୋଗ କରାଯିବ ବୋଲି ସାମ୍ବାଦିକ ରଞ୍ଜନ ମହାନ୍ତି ଗଣମାଧ୍ୟ ମକୁ କହିଛନ୍ତି । ସେ ଜଣେ ଓୟୁଜେ ସଭ୍ୟ ହୋଇଥିବାରୁ ନର୍ଲା ଓୟୁଜେ ପକ୍ଷରୁ ପୋଲିସର ଦାଇତ୍ୱ ହୀନତା ଓ ଅମନୁଷିକତାକୁ ଦୃଢ଼ ନିନ୍ଦା କରିବା ସହିତ ଦୁର୍ଘଟଣା ଘଟାଇ ଥିବା ପୋଲିସ ଡ୍ରାଇଭର ପ୍ରତି ଉଚିତ୍ ପଦକ୍ଷେପ ନେବାପାଇ ଦାବି କରାଯାଇଛି । ଏଣୁ ପୋଲିସ ପ୍ରଶାସନ ତୁରନ୍ତ ତଦନ୍ତ କରି ଅଭିଯୁକ୍ତ ପ୍ରତି ଉଚିତ୍ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହେଉଛି । ସାମ୍ବାଦିକଙ୍କ ପ୍ରତି ହୋଇଥିବା ଏହି ଅନୁଚିତ କାର୍ଯ୍ୟକୁ ନେଇ ବିଜେଡି ଜିଲ୍ଲା ଉପସଭାପତି ସାରଦା ପ୍ରସନ୍ନ ସ୍ବାଇଁ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଓୟୂଜେ ଜିଲ୍ଲା ସଭାପତି କମ୍ଭୁପାଣି ମିଶ୍ର, ଉପସଭାପତି ଲିଙ୍ଗରାଜ ମିଶ୍ର, ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ ଧଙ୍ଗଡାମାଝୀ, ନର୍ଲା ସମ୍ବାଦ ପ୍ରତିନିଧି ଅଭିରାମ ନନ୍ଦ ପ୍ରମୁଖ କ୍ଷୋଭ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.