ପୁଣି ଇଟାଲୀ ଭାଷାରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମହୁରି ସାହିତ୍ୟ ପତ୍ରିକାର ମୁଖ୍ୟ ସମ୍ପାଦକ କବି ଡ଼. ଭବାନୀ ଶଙ୍କର ନିଆଲଙ୍କ ଦୁଇଟି ଓଡ଼ିଆ କବିତା ‘କାଲି ଯାହା ସତ ଥିଲା ଆଜି ମିଛ’ ଓ ‘କାନ୍ଦିଛି କେଉଁ ଶତାଦ୍ଧିରେ ଜଣା ନାହିଁ’ କୁ ଇମାନୁଏଲ ରିଜ୍ଜୋ ଇଟାଲୀ ଭାଷାରେ ଅନୁବାଦିତ କରିଛନ୍ତି । ଏହି କବିତାକୁ ଇଂରାଜୀ ଭାଷାରେ ପ୍ରଫେସର ଡ଼.ତପନ କୁମାର ରଥ ଅନୁବାଦ କରିଥିଲେ । ଡ଼.ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ସ୍ବିଡ଼ିଶ, ପାର୍ସିଆ, ପୋଲିସ, ସ୍ପେନିସ, ଆଳବାନିୟନ, ଫିଲିପିନୋ, ଭିଏତନାମା, ଜାପନ, କିର୍ଗିଜ୍, ହିବ୍ରୁ ଭଳି ୨୦ ଟି ଆନ୍ତଃରାଷ୍ଟ୍ରୀୟ ଭାଷାରେ ପୂର୍ବରୁ ଅନୁଦିତ ହୋଇଛି । ସୂଚନା ଯୋଗ୍ୟ ଯେ, କବି ଡ଼. ନିଆଲଙ୍କ ବହୁଚର୍ଚ୍ଚିତ ଇଂରାଜୀରେ ପ୍ରକାଶିତ ହୋଇଥିବା ‘ଲକଡାଉନ’ର ଅନ୍ତର୍ଜାତୀୟ ସମୀକ୍ଷା ‘ଏ ଟେପେଷ୍ଟ୍ରି ଅଫ ୱାର୍ଡସ’, ଦି ପଏଟିକ ଲିଗାସୀ ଅଫ ଡ଼. ଭବାନୀ ଶଙ୍କର ନିଆଲ ପ୍ରକାଶିତ ହୋଇଛି । ଯାହାକି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା ତଥା ଭାଷାବିତ ପ୍ରଫେସର ଇରେନେ ଦୌରା କାବାଡିଆ ସମ୍ପାଦନା କରିଥିଲେ । ବର୍ତ୍ତମାନ କବି ଡ଼. ଭବାନୀ ନିଆଲଙ୍କ ଦୁଇଟି ଓଡ଼ିଆ କବିତା ଇଟାଲୀ ଭାଷାରେ ଅନୁଦିତ ହେବାପରେ କଳାହାଣ୍ଡି ସମେତ ରାଜ୍ୟର ଅନେକ ମହଲରେ ଖୁସିର ଲହରୀ ଖେଳିଯାଇଛି । ଡ଼.ନିଆଲଙ୍କ ଇଂରାଜୀ ସଂକଳନ ‘ଲକଡାଉନ’ ପୁସ୍ତକ ପୃଥିବୀର ଇଟାଲୀ, ଫ୍ରାନ୍ସ, ପର୍ତ୍ତୁଗୀଜ, ଜର୍ମାନ ଭାଷାରେ ପୁସ୍ତକ ଅନୁଦିତ ହୋଇ ପ୍ରକାଶିତ ହୋଇସାରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.