ଦୂରେଇ ଗଲେ ଆପଲ୍ ଭଳି ବ୍ରାଣ୍ଡ; ବନ୍ଦ ହୋଇଯିବ କି ‘X’ ?

ଓଡ଼ିଆ ବାର୍ତ୍ତା/ ୱାଶିଂଟନ: ଏଲନ ମସ୍କ ବଡ ଆଶା ନେଇ ଟୁଇଟରକୁ କ୍ରୟ କରିଥିଲେ । ଯାହାକୁ ବର୍ତ୍ତମାନ ‘X’ ଭାବରେ ନାମିତ କରାଯାଇଛି । ମସ୍କ ଏହାକୁ ଆହୁରି ଲୋକପ୍ରିୟ କରାଇବାକୁ ଚାହୁଁଥିଲେ । ଏଲନ ମସ୍କ ଏହାରି ଭିତରେ ସବସ୍କ୍ରିପସନ ମଡେଲ ଲାଗୁ କରିଛନ୍ତି । ମାତ୍ର ଏହାର ରେଭନ୍ୟୁ ଧିରେଧିରେ ହ୍ରାସ ପାଇବାରେ ଲାଗିଛି । ବଡ ବଡ ବ୍ରାଣ୍ଡ ମସ୍କଙ୍କଠାରୁ ଦୂରେଇ ଯାଉଛନ୍ତି । ତେବେ ସତରେ କ’ ଣ ବନ୍ଦ ହୋଇଯିବ ‘X’! ‘X’ ପ୍ଲାଟଫର୍ମର କ୍ଷତି ପଛରେ ଏଲନ ମସ୍କଙ୍କ ଜିଦ୍ ଓ ସଠିକ ପ୍ଲାନର ଅଭାବ ରହିଛି। ମସ୍କ ମାର୍କେଟ ଷ୍ଟ୍ରାଟେଜି ନଦେଖି ଅନେକ ଯୋଜନା କରିଥିଲେ ଯାହାକି ବିଫଳ ହୋଇଛି । ଏସୀୟ ଓ ୟୁରୋପୀୟ ଦେଶରେ ଗୋଟିଏ ସବସ୍କ୍ରିପସନ ରେଟ୍ ରଖିବା ସଠିକ ପଦକ୍ଷେପ ନଥିଲା । ଏହା ‘X’ ପ୍ଲାଟଫର୍ମର ଆକ୍ଟିଭ ୟୁଜର୍ସଙ୍କ ସଂଖ୍ୟା ହ୍ରାସ କରିଥିଲା । ଏହାରି ଭିତରେ ଆପଲ୍, ଡିଜନୀ, ଆଇବିଏମ୍ ଓ କମକାଷ୍ଟ ଭଳି କମ୍ପାନୀ ମସ୍କଙ୍କଠାରୁ ଦୂରେଇ ଯାଇଛନ୍ତି । ଏହି ସବୁ କମ୍ପାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ର ଆୟର ମୁଖ୍ୟ ରାସ୍ତା ଥିଲେ । ଏହି କମ୍ପାନୀଗୁଡିକ ‘X’କୁ ଦେଉଥିବା ସମସ୍ତ ବିଜ୍ଞାପନ ରେଭିନ୍ୟୁ ବନ୍ଦ କରିଦେଇଛନ୍ତି । ମସ୍କ ମଧ୍ୟ ବାରମ୍ୱାର ‘X’ର ନିୟମ ବଦଳାଉଛନ୍ତି ଯାହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.