ଅନ୍ତରୀକ୍ଷକୁ ଜୀବ ପଠାଇଲା ଇରାନ

ଓଡ଼ିଆ ବାର୍ତ୍ତା/ ତେହେରାନ: ଇରାନ ସ୍ୱତନ୍ତ୍ର ଭାବେ ନିର୍ମିତ କ୍ୟାପସୁଲରେ ଗୋଟିଏ ଜୀବକୁ ଅନ୍ତରୀକ୍ଷ ପଠାଇଛି । ଏହି ପରୀକ୍ଷଣ ସଫଳ ହେଲେ ମଣିଷକୁ ପଠାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଇରାନ ଟେଲିକମ୍ୟୁନିକେଶନ ମିନିଷ୍ଟର ଈଶା ଜୋରପୋର ଏହି ସୁଚନା ପ୍ରଦାନ କରିଛନ୍ତି । ରକେଟ ସଲମାନରୁ ଏହି କ୍ୟାପସୁଲକୁ ପୃଥିବୀର କକ୍ଷପଥରେ ଛଡା ଯାଇଛି । ତେବେ କେଉଁ ଜୀବକୁ ପଠାଯାଇଛି ତାହା ପ୍ରକାଶ କରାଯାଇ ନାହିଁ । ୨୦୧୩ରେ ଇରାନ ଏକ ମାଙ୍କଡକୁ ଅନ୍ତରୀକ୍ଷକୁ ପଠାଇଥିଲା । ଏହା ପରେ ସଫଳତାର ସହ ଜୀବୀତ ଅବସ୍ଥାରେ ପୃଥିବୀ ପୃଷ୍ଠକୁ ଫେରି ଆସିଥିଲା । ୨୦୧୦ରେ କଇଁଛ, ମୂଷା ଓ ଅନେକ କେତେକ ଛୋଟ ଜନ୍ତୁ ପଠାଇଥିଲେ ମଧ୍ୟ ଏହି ଅଭିଯାନ ସଫଳ ହୋଇପାରି ନ ଥିଲା । ୨୦୨୯ ସୁଦ୍ଧା ଅନ୍ତରୀକ୍ଷକୁ ଆମେ ମନୁଷ୍ୟ ପଠାଇବାରେ ସଫଳ ହେବୁ ବୋଲି ଇରାନ ପକ୍ଷରୁ କୁହାଯାଇଛି । ୧୯୬୧ରେ ହ୍ୟାମ ନାମକ ସିମ୍ପାଜୀକୁ ଅନ୍ତରୀକ୍ଷ ପଠାଯିବା ପରେ ମନୁଷ୍ୟ ଯିବାର ରାସ୍ତା ଖୋଲିଥିଲା । ଜାନୁୟାରୀ ୩୧ରେ ହ୍ୟାମ ଅନ୍ତରୀକ୍ଷ ଅଭିମୁଖେ ଯାତ୍ରା କରିଥିଲା । ୫୩୦୦ କିଲୋମିଟର ପ୍ରତି ଘଂଟା ବେଗରେ ଏହା ୧୫୭ କିମି ଉଚ୍ଚକୁ ଯାଇଥିଲା । ହ୍ୟାମ ଭୟଭୀତ ହୋଇ କ୍ୟାପସୁଲକୁ କ୍ଷତି ପଂହଚାଇଥିଲା । ମାତ୍ର ସ୍ପେଶ ଶୁଟ ଯୋଗୁ ସେ ବଂଚି ଯାଇଥିଲା । ପୃଥିବୀ ପୃଷ୍ଠକୁ ଫେରିବା ବେଳେ କ୍ୟାପ୍ସୁଲ ୧୩୦ କିମି ଦୂରରେ ଆଟଲାଂଟିକ ମହାସାଗରରେ ପଡି ଯାଇଥିଲା । ସେଠାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଭାଗ୍ୟର କଥା ହ୍ୟାମ ବଂଚିଥିଲା ଓ ତାର ମୁହଁରେ ହସ ଥିଲା । ୧୯୮୩ରେ ହ୍ୟାମରେ ମୃତ୍ୟୁ ଘଟିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.