ଜିଲ୍ଲାସ୍ତରୀୟ ୮ମ ପୋଷଣ ପକ୍ଷ-୨୦୨୬ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଚଳିତ ବର୍ଷ ପୋଷଣ (ପଖୱାଡ଼ା) ପକ୍ଷ ୯ ରୁ ୨୩ ଏପ୍ରିଲ ପର୍ଯ୍ୟନ୍ତ ପାଳନ କରା ଯାଉଥିବା ଅବସରରେ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ୮ମ ପୋଷଣ (ପଖୱାଡ଼ା) ପକ୍ଷ ୨୦୨୬ କାର୍ଯ୍ୟକ୍ରମ ଓଡ଼ିଶା ସରକାର’ଙ୍କ “ମହିଳା ଓ ଶିଶୁ ବିକାଶ” ବିଭାଗ ସହାୟତାରେ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମନୋରମା ଦେବୀଙ୍କ ସଭାପତିତ୍ବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନି ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜନ୍ମରୁ ପ୍ରଥମ ୬ ବର୍ଷ ଶିଶୁ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ବର୍ଷ ମଧ୍ୟରେ ଶିଶୁର ମସ୍ତିଷ୍କର ବିକାଶ ତୀବ୍ର ଗତିରେ ହୋଇଥାଏ । ତୃଣମୂଳ ସ୍ତରରେ ପ୍ରତ୍ୟେକ ମା ମାନେ ଶିଶୁ ମାନଙ୍କ ଶାରୀରିକ , ମାନସିକ ଓ ବୌଦ୍ଧିକ ପୋଷଣର ବିକାଶ ପାଇଁ ସୁଷମ ଖାଦ୍ୟ , ବ୍ୟାୟାମ ଓ ପରିଷ୍କାର ପରିଚ୍ଛନ୍ନତା କୁ ଆପଣାଇ ନିଜ ପିଲାର ବିକାଶ ସାଧନ ପାଇଁ କିଭଳି ଗୁରୁତ୍ୱ ଦେବେ ତାହା ସଚେତନ କରିବା ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ରହିଛି ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ , ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା ଏବଂ ପତଞ୍ଜଳୀ ଯୋଗ ସମିତିର ଯୋଗଗୁରୁ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜନ୍ମରୁ ୬ ବର୍ଷ ବୟସ ମଧ୍ୟରେ ଶିଶୁଙ୍କ ମସ୍ତିଷ୍କ ବିକାଶ ପାଇଁ ସର୍ବାଧିକ ଗୁରୁତ୍ଵ ଦେବା ସମ୍ପର୍କରେ କହିଥିଲେ । ବିଭାଗୀୟ କାର୍ଯ୍ୟକ୍ରମ ଅଧିକାରିଣୀ ପ୍ରାରମ୍ଭରେ ଶ୍ରୀମତୀ କେ: ସୁନିତା କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ଦେବା ସହ ପୋଷଣର ଗୁରୁତ୍ୱ ଓ ସୁଷମ ଖାଦ୍ୟର ଉପକାରିତା ସମ୍ପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ ” ଜନ୍ମରୁ ୬ ବର୍ଷ ବୟସ ମଧ୍ୟରେ ଶିଶୁଙ୍କ ମସ୍ତିଷ୍କ ବିକାଶ ପାଇଁ ସର୍ବାଧିକ ଗୁରୁତ୍ଵ” ର ରହିଥିବା ଉପ-ବିଷୟବସ୍ତୁ ଗୁଡ଼ିକ ଯଥା:- ମା ଓ ଶିଶୁର ପୋଷଣ , ମସ୍ତିଷ୍କର ବିକାଶ ପାଇଁ ପ୍ରାରମ୍ଭିକ ପ୍ରୋତ୍ସାହନ , ପ୍ରାରମ୍ଭିକ ବୟସରେ ଖେଳ ଭିତ୍ତିକ ଶିକ୍ଷା , ଶିଶୁଙ୍କ ସ୍କ୍ରିନ୍ ଟାଇମ୍ କାମ କରିବାରେ ମାତା , ପିତା ଓ ଗୋଷ୍ଟି ସମୁଡ଼ାୟଙ୍କ ଭୂମିକା ଏବଂ ଅଙ୍ଗନବାଡି କେନ୍ଦ୍ରକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ସାମୂହିକ ସମର୍ଥନ ହାସଲ କରିବା ଉପରେ ବିସ୍ତୃତ ଆଲୋଚନା କରା ଯାଇଥିଲା । ଏହି ଅବସରରେ କାର୍ଯ୍ୟକ୍ରମ ସ୍ଥଳରେ ଅଙ୍ଗନବାଡି କର୍ମୀ ମାନେ ପୋଷଣ ଯୁକ୍ତ ପୁଷ୍ଟିକର ରନ୍ଧା ଖାଦ୍ୟ ର ପ୍ରଦର୍ଶନ କରିଥିଲେ । ମଞ୍ଚାସିନ ଅତିଥି ମାନେ ତାହା ପରିଦର୍ଶନ କରି ସେହି ପୁଷ୍ଟିକର ରନ୍ଧା ଖାଦ୍ୟର ସ୍ୱାଦ ଚାଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ କାର୍ଯ୍ୟକ୍ରମ ଅଧିକାରୀ ତଥା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର , ଉପଖଣ୍ଡ କାର୍ଯ୍ୟକ୍ରମ ଅଧିକାରୀ ସ୍ନିଗ୍ଧାରାଣୀ ଭୂୟାଁ , ପୋଷଣ ଅଭିଯାନ ଜିଲ୍ଲା ସଂଯୋଜିକା ଶ୍ରୀମତୀ ପାୟଲ ପାଣିଗ୍ରାହୀ , “ମମତା”- ଡିପିସି ଶ୍ରୀ ମନୋଜ ପଣ୍ଡା ଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର ସିଡିପିଓ ଏବଂ ବହୁ ସଂଖ୍ୟାରେ ଅଙ୍ଗନବାଡି ସୁପରଭାଇଜର ଓ ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.