ନର୍ଲା ରେଞ୍ଜର ସ୍ବର୍ଗତ ପ୍ରସାନ୍ତ ପାଲୋଙ୍କ ଆତ୍ମାର ସଦଗତି ପାଇଁ କ୍ୟାଣ୍ଡେଲ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚଳିତ ମାସ ଡିସେମ୍ବର ୧୦ ତାରିଖ ରବିବାର ଦିନ ତୁଲାପଡା ଗାଁ ଆମପଡା ନିକଟରେ ନର୍ଲା ରେଞ୍ଜର ପ୍ରସାନ୍ତ କୁମାର ପାଲୋଙ୍କ ଜଙ୍ଗଲୀ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା। ଯେଉଁ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଚାଷୀଙ୍କ ଫସଲ ଓ ଜଙ୍ଗଲୀ ହାତୀଙ୍କ ସୁରକ୍ଷାକୁ ନେଇ କାର୍ଯ୍ୟ କରାଯାଉଥିଲା ତାଙ୍କର କାର୍ଯ୍ୟରତ ଅବସ୍ଥାରେ ହାତୀ ଆକ୍ରମଣରେ ମୃତ୍ୟୁ ହେବା ଘଟଣା ସମଗ୍ର କଳାହାଣ୍ଡିବାସୀଙ୍କୁ ଗଭୀର ଭାବେ ମର୍ମାହତ କରିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବାବେଳେ ମଦନପୁର ରାମପୁର ସଚେତନ ନାଗରିକ ମଞ୍ଚ ତରଫରୁ କ୍ୟାଣ୍ଡେଲ ଯାତ୍ରା ମାଧ୍ୟମରେ ମଦନପୁର ରାମପୁର ଚାରି ଛକରୁ ପଦଯାତ୍ରା କରି ବସଷ୍ଟାଣ୍ଡ ଠାରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଦୁଇ ମିନିଟ ନିରବ ପ୍ରାଥନା କରି ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରାଯାଇଥିଲା। ସେ ଜଣେ ମିଷ୍ଟଭାଷୀ, ଜନପ୍ରିୟ ତଥା କର୍ତ୍ତବ୍ୟନିଷ୍ଟ ବ୍ୟକ୍ତିତ୍ୱ ଥିବାରୁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ଶୋକାକୁଳ କାର୍ଯ୍ୟକ୍ରମରେ ମଦନପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସଙ୍କ ସମେତ ନର୍ଲା ରେଞ୍ଜ ଓ ମଦନପୁର ରାମପୁର ରେଞ୍ଜ ଅନ୍ତର୍ଗତ ସମସ୍ତ ବନପାଳ ଏବଂ ବନରକ୍ଷୀମାନେ ଉପସ୍ଥିତ ରହିବା ସହିତ ଯୁବନେତା ନୀଳମାଧବ ସିଂ ଦେଓ, ଡବ୍ଲୁଓଡ଼ିସି ସଦସ୍ୟ ଅବିନାଶ ଠାକୁର, କବି ପଦ୍ମଲୋଚନ ମିଶ୍ର, ଯୁବ ସମାଜସେବୀ ସତ୍ୟନାରାୟଣ ସାହୁ, ଶାଶ୍ୱତ ମିଶ୍ର, ସାମ୍ବାଦିକ ଲକ୍ଷ୍ମଣ ସ୍ୱାଇଁ, ପ୍ରସାନ୍ତ ସାମନ୍ତରାୟ, ହେମନ୍ତ ସାହୁ, ସଂଯୁକ୍ତା ପୁରୋହିତ, ନିରଞ୍ଜନ ମହାରଣା, ଉଦ୍ଧବ ପଣ୍ଡା, ବିଭୁତି ମହାଖୁଡ଼, ସେବାଜଗତ ସଂସ୍ଥାନର କର୍ମଚାରୀ ବୃନ୍ଦ ଅଂଶଗ୍ରହଣ କରି ଅମର ଆତ୍ମାର ସଦଗତି କାମନା କରିଥିଲେ। ଏହି ଅବସରରେ ନର୍ଲା ରେଞ୍ଜ କାର୍ଯ୍ୟାଳୟ ପରିସରରେ ସ୍ବର୍ଗତ ପ୍ରସାନ୍ତ କୁମାର ପାଲୋଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏକ ଷ୍ଟାଚ୍ୟୁ ପ୍ରତିଷ୍ଠା କରିବା ପାଇଁ ମଦନପୁର ରାମପୁର ରେଞ୍ଜ ଅଫିସର ଅସିତ କୁମାର ଦାସଙ୍କୁ ସଚେତନ ନାଗରିକ ମଞ୍ଚ ତରଫରୁ ପ୍ରସ୍ତାବ ଆଗତ କରଯାଇଥିଲା। ଏନେଇ ଉପରିସ୍ଥ ଅଧିକାରୀଙ୍କ ସହିତ ବିଚାର ବିମର୍ଷ କଲାପରେ ହିଁ କିଛି କରାଯାଇ ପାରିବ ବୋଲି ଶ୍ରୀଯୁକ୍ତ ଦାସ ମତପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.