ବେଲଗାଁ କଲେଜରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ କ୍ରୀଡା ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ସ୍ଥିତ ବେଲଗାଁ ଉତ୍କଳମଣି ଗୋପବନ୍ଧୁ ଦାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମରେ କ୍ରୀଡା ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ବେଲଗାଁ କଲେଜ ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ସାହୁ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସଇଁତଳା ପ୍ରଗତିବାଦୀ ପ୍ରତିନିଧି ପ୍ରମୋଦ ସେଲମା ଓ ପ୍ରମେୟ ପ୍ରତିନିଧି ପ୍ରଦୀପ ବାଗ, ଯୋଗଦାନ କରି ନୁଆଁ, ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମରେ ଉଭୟ ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ କିଶୋର ଚନ୍ଦ୍ର ସାହୁ ପରିଚାଳନା କରିଥିଲେ। ଏଥିରେ ଶାରୀରିକ ଶିକ୍ଷକ ପ୍ରଫୁଲ୍ଲ ରଣାଙ୍କ ତତ୍ତ୍ୱବଧାନରେ ଯୁକ୍ତ +୨ କଳା ଛାତ୍ରଛାତ୍ରୀମାନଙ୍କ ପାଇଁ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ୧୦୦ ମିଟର ଦୌଡ଼, ୨୦୦ ମି, ୪୦୦ ମି, ୮୦୦ ମି, ୧୫୦୦ ମିଟର, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟ ଫୁଟ, ଡ଼ିସକସ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପରିପେକ୍ଷୀରେ ସଟ ଫୁଟ ଖେଳରେ ବିଜେତା ହୋଇଥିବା ଚୂଡ଼ାମଣି କୁମ୍ଭାର ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ୨ୟ ସ୍ଥାନରେ ତେଜରାଜ ରଣା ଓ ତୃତୀୟ ସ୍ଥାନରେ ଆସିପ ଖାନା ପ୍ରମୁଖ କୃତିତ୍ୱ ଅର୍ଜନ କରିଛନ୍ତି। କାର୍ଯ୍ୟକ୍ରମକୁ ଶାରୀରିକ ଶିକ୍ଷକ ବିନୋଦ ବିହାରୀ ବେହେରା ଓ ଶେଷଦେବ ବାରିକ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଲଛମନ ବିଶି, ବାମନ ସା, ଦୀପ୍ତି ଦାସ, କ୍ଷୀରେଶ୍ୱର ପ୍ରଧାନ, ଅର୍ଚ୍ଚନା ମହଲା ଓ ଖିରେନ୍ଦ୍ର ରଣା ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.