ରେଙ୍ଗାଲିରେ ରାବଣ ଦରବାର: ଚତୁର୍ଥ ଦିନରେ ସୀତା ଠାବ ଓ ଲଙ୍କା ପୋଡି ନାଟକ ମଞ୍ଚସ୍ଥ

ରମ୍ଭା, ମେନକା ଓ ଉର୍ବଶୀଙ୍କ ନୃତ୍ୟ ଦର୍ଶକଙ୍କ ମନମୋହିଲା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ କୁଇକେଡ଼ା ପଞ୍ଚାୟତ ରେଙ୍ଗାଲି ଠାରେ ଜୟଲକ୍ଷ୍ମୀ କ୍ଳବ ଆନୁକୂଲ୍ୟରେ ୨ବର୍ଷ ଉପଲକ୍ଷେ ରାବଣ ଦରବାର ଆୟୋଜିତ ହୋଇଯାଇଛି l ଏହାର ଚତୁର୍ଥ ଦିନରେ ଦରବାରରେ ନାଟକ ସୀତା ଠାବ ଓ ଲଙ୍କା ପୋଡି ମଞ୍ଚସ୍ଥ ହୋଇଥିଲା l ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀର ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସଇଁତଳା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ପ୍ରଗତିବାଦୀ ପ୍ରତିନିଧି ପ୍ରମୋଦ କୁମାର ସେଲମା, ସରପଞ୍ଚ ରାଜେନ୍ଦ୍ର ଯାନୀ , ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁବ୍ରତ ବେହେରା, କମିଟିର ବରିଷ୍ଠ ସଦସ୍ୟ ପ୍ରମୋଦ ପଟେଲ ଓ ମହେନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ରହି ଯୋଗଦାନ କରିଥିଲେ l ଏ ଅବସରରେ କମିଟି ତରଫରୁ ଅତିଥିମାନଙ୍କୁ ଉପଢ଼ୋକନ ଦେଇ ସମ୍ମାନିତ କରିଥିଲେ l ଏହି ଦରବାରରେ ରମ୍ଭା, ମେନକା ଓ ଉର୍ବଶୀ ଙ୍କ ନୃତ୍ୟରେ ମନମୋହିଲା ଦର୍ଶକଙ୍କର l ଉକ୍ତ ସଭାରେ କମିଟି ସଭାପତି ଶ୍ରୀକୃଷ୍ଣ ପଟେଲ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ କୌତୁକ ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି ଉତ୍ସବରେ ମିନାବଜାର ସାଙ୍ଗକୁ ବିଭିନ୍ନ ଦୋକାନ ବଜାର ଲାଗିଥିବାରୁ ଲୋକ ଙ୍କ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି l ଏହି ଦରବାର ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଆୟୋଜିତ କମିଟି ସୂତ୍ରରୁ ଜଣାପଡିଛି l କାର୍ଯ୍ୟକ୍ରମରେ ଗୋପୀନାଥ, ନିତାଇ, ରାଜକୁମାର, ଆକାଶ, ସର୍ଜନ, ବାଳକୃଷ୍ଣ, ଜଗତ, ଚନ୍ଦନ, ରଘୁନାଥ, ସ୍ୱାଗତ, ପିଣ୍ଟୁ ଙ୍କ ସମେତ କମିଟି ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.