ଡ଼ଃ ଦ୍ବିତୀଚନ୍ଦ୍ର ସାହୁ ପାଇଲେ ଆନ୍ତର୍ଜାତୀୟ ସମ୍ମାନ

ସ୍ତମ୍ଭ ଲେଖା ପାଇଁ ସାଉଥ ଏସିଆ ଲାଡ଼ଲି ମିଡିଆ ଆୱାର୍ଡ-୨୦୨୩

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଲିଙ୍ଗଗତ ବୈଷମ୍ୟ ଆଧାରିତ ସ୍ତମ୍ଭ ରଚନା ଲାଗି ସ୍ତମ୍ଭକାର ତଥା ଗବେଷକ ଡ଼ଃ ଦ୍ବିତୀଚନ୍ଦ୍ର ସାହୁଙ୍କୁ ସମ୍ମାନଜନକ ଆନ୍ତର୍ଜାତୀୟ ସମ୍ମାନ ସାଉଥ ଏସିଆ ଲାଡ଼ଲି ମିଡିଆ ଆୱାର୍ଡରେ ସମ୍ମାନିତ କରାଯାଇଛି । ମୁମ୍ବାଇର ଟାଟା ଥିଏଟର ହଲ ଠାରେ ଡିସେମ୍ବର ୧୨ ତାରିଖରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସମଗ୍ର ଦକ୍ଷିଣ ଏସିଆ ମହାଦେଶର ବିଭିନ୍ନ ପ୍ରାନ୍ତରର ମିଡିଆ ବ୍ୟକ୍ତିତ୍ବ ଓ ବୁଦ୍ଧିଜୀବୀଙ୍କ ସମାବେଶ ମଧ୍ୟରେ ଡ଼ଃ ସାହୁଙ୍କୁ ମୁଖ୍ୟ ଅତିଥି ପ୍ରଖ୍ୟାତ ବଲିଉଡ ଅଭିନେତ୍ରୀ ରଶିକା ଦୁଗଲ ଏଇ ଆନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ କରିଛନ୍ତି । ଲିଙ୍ଗଗତ ବୈଷମ୍ୟ ଆଧାରିତ ସ୍ତମ୍ଭ, ଫିଚର, ଖବର, ଡକ୍ୟୁମେଣ୍ଟାରୀ, ରେଡ଼ିଓ ଫିଚର ଆଦି ବିଭିନ୍ନ ବର୍ଗରେ ଦକ୍ଷିଣ ଏସିଆ ମହାଦେଶର ଆଫଗାନିସ୍ତାନ, ବାଲାଂଦେଶ, ମାଳଦ୍ବୀପ, ନେପାଳ, ପାକିସ୍ଥାନ, ଶ୍ରୀଲଙ୍କା ସମେତ ଭାରତର ବିଭିନ୍ନ ପ୍ରାର୍ଥୀତ୍ବଙ୍କୁ ଏଥିପାଇଁ ଚୟନ ହୋଇଥିଲା । ସ୍ତମ୍ଭ ଲେଖାକ୍ରମରେ ଦୈନିକ ଧରିତ୍ରୀ ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶିତ ଡ଼ଃ ଦ୍ବିତୀଚନ୍ଦ୍ରଙ୍କ ସ୍ତମ୍ଭ “ଝିଅ କେବଳ ଝିଅ ନୁହେଁ” ପାଇଁ ଭାରତ ପ୍ରାନ୍ତରୁ ଡ଼ଃ ଦ୍ବିତୀଚନ୍ଦ୍ରଙ୍କୁ ଚୟନ କରାଯାଇଛି । ପିପୁଲସ ଫାଷ୍ଟ ଓ ୟୁଏନଏଫପିଏ ମିଳିତ ସହଯୋଗରେ ଲୋକ ସମ୍ବାଦ ସଂଗଠନର ଆୟୋଜନରେ ଆୟୋଜିତ ଲାଡ଼ଲି ମିଡିଆ ଓ ଆଡଭେଟାଇଜମେଣ୍ଟ ଆୱାର୍ଡ ସମାରୋହରେ ୟୁଏନଏଫପିଏର ଭାରତ ଓ ଭୁଟାନ ଦେଶ ପ୍ରମୁଖ ଏଣ୍ଡରୁ ମ୍ୟାରୀ ବଜନିଆର, ବଲିଉଡ ଅଭିନେତ୍ରୀ ଋଷିକା ଦୁଗଲ, ବଲିଉଡ ଅଭିନେତ୍ରୀ କଙ୍କଣ ସେନ ଶର୍ମା, ବଲିଉଡ ନିର୍ଦ୍ଦେଶିକା ରାଧିକା ରାଓ, ସମ୍ପାଦିକା ଫେମିନା ମିସ ଇଣ୍ଡିଆ ଭୀମଲ ପାଟିଲ, ଜାତୀୟ ଫିଲ୍ମ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶିକା ମିସ ଅରୁଣା ରାଜେ ପାଟିଲ, ନାରୀ ଶକ୍ତିର ପ୍ରତୀକ ଭାଓରୀ ଦେବୀ, ଥିଏଟର ବ୍ୟକ୍ତିତ୍ବ ନାଦିରା ବାବର, କମଳା ପାଣ୍ଡେ ସମେତ ଦକ୍ଷିଣ ଏସିଆର ବିଭିନ୍ନ ମିଡ଼ିଆର ପ୍ରମୁଖ ବ୍ୟକ୍ତିତ୍ବ ଅତିଥି ଭାବେ ଯୋଗଦେଇଥିବା ବେଳେ ପିପୁଲସ ଫାଷ୍ଟର ସିଇଓ ଏ ଏଲ ଶାରଦା ଏହାକୁ ସଞ୍ଚାଳନ କରିଥିଲେ । ଚୂଡାନ୍ତ ପର୍ଯ୍ୟାୟରେ ଥିବା ଦକ୍ଷିଣ ଏସିଆର ୪୭ ଜଣଙ୍କୁ ଏହି ସମ୍ମାନନଜକ ପୁରସ୍କାର ଲାଗି ଚୟନ କରାଯାଇଥିଲା । ପୁନଃ ଥଇଥାନ ଯୋଜନା କ୍ରମରେ ସରକାରୀ ଚାକିରୀରେ ନିଯୁକ୍ତି ଦେବାରେ ଭାରତୀୟ ପରିବାରର ଥିବା ଏକମାତ୍ର ବିବାହିତ କନ୍ୟା ସନ୍ତାନମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ନେଇ ଦୈନିକ ଧରିତ୍ରୀରେ ୨୧ ନଭେମ୍ବର ୨୦୨୨ରେ ପ୍ରକାଶିତ “ଝିଅ କେବଳ ଝିଅ” ପାଇଁ ଡ଼ଃ ଦ୍ବିତୀଚନ୍ଦ୍ରଙ୍କ ସ୍ତମ୍ଭ ଲେଖା ଜୁରୀମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା ଓ ଏହାକୁ ପ୍ରଥମେ ଜାତୀୟ ପୁରସ୍କାର ଲାଗି ଚୟନ କରାଯାଇଥିଲା । ଲିଙ୍ଗଗତ ଵୈଷମ୍ୟ ଉପରେ ଆଧାରିତ ଏକ ନିଆରା ପ୍ରସଙ୍ଗରେ ଲିଖିତ ଏଇ ସ୍ତମ୍ଭ ଲେଖାର ଗୁରୁତ୍ବକୁ ଉପଲବ୍ଧି କରି ପୁନଶ୍ଚ ଜୁରୀମାନେ ଆନ୍ତର୍ଜାତୀୟ ସମ୍ମାନ ଲାଗି ଚୟନ କରିଛନ୍ତି । ବୃତ୍ତିଗତ ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ରାୟଗଡସ୍ଥ ବିଲେଷୁ ଉଚ୍ଚ ବିଦ୍ୟାଳୟର ଟିଜିଟି ଶିକ୍ଷକ ଭାବେ କର୍ମରତ ଦ୍ବିତୀଚନ୍ଦ୍ର ପ୍ରବୃତ୍ତିରେ ଜଣେ ଲେଖକ । ରାଜ୍ୟ ଶିକ୍ଷକ ସମ୍ମାନରେ ସମ୍ନାନିତ ଡ଼ଃ ସାହୁ ଉଭୟ ଶିକ୍ଷା ଓ ସାହିତ୍ୟ ପାଇଁ ରାଜ୍ୟ ଓ ଜାତୀୟ ସ୍ତରରେ ବହୁ ସମ୍ମାନରେ ସମ୍ମାନିତ । ଦୀର୍ଘ ୨୦ବର୍ଷ ଧରି ଓଡ଼ିଆର ବିଭିନ୍ନ ଦୈନିକ ଖବରକାଗଜର ସ୍ତମ୍ଭକାର ଭାବେ ଓଡ଼ିଶାରେ ସେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି । ସ୍ତମ୍ଭ ଲେଖା ପାଇଁ ଏଭଳି ବିରଳ ଆନ୍ତର୍ଜାତୀୟ ସମ୍ମାନ ପାଇବା ପରେ ଡ଼ଃ ସାହୁ ଖୁସି ପ୍ରକଟ କରିବା ସହ ପ୍ରଚୁର ଭଲ ପାଇ ଆସୁଥିବା ତାଙ୍କ ପାଠକପାଠିକା, ଶୁଭେଛୁଙ୍କୁ ଏହି ସମ୍ମାନ ସମର୍ପିତ ବୋଲି କହିଛନ୍ତି ଏବଂ ଏଥିସହ ଦୈନିକ ଧରିତ୍ରୀର ସମ୍ପାଦକ ତଥା ସମ୍ପାଦକମଣ୍ଡଳୀ ନିକଟରେ କୃତଜ୍ଞତା କରିଛନ୍ତି । ଏହି ସମ୍ମାନ ପାଇବା ପରେ ବିଭିନ୍ନ ବର୍ଗର ବ୍ୟକ୍ତି ଓ ବୁଦ୍ଧିଜୀବୀଗଣ ଡ଼ଃ ସାହୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଲିଙ୍ଗଗତ ବୈଷମ୍ୟ ଆଧାରିତ ସ୍ତମ୍ଭ ରଚନା ଲାଗି ସ୍ତମ୍ଭକାର ତଥା ଗବେଷକ ଡ଼ଃ ଦ୍ବିତୀଚନ୍ଦ୍ର ସାହୁଙ୍କୁ ସମ୍ମାନଜନକ ଆନ୍ତର୍ଜାତୀୟ ସମ୍ମାନ ସାଉଥ ଏସିଆ ଲାଡ଼ଲି ମିଡିଆ ଆୱାର୍ଡରେ ସମ୍ମାନିତ କରାଯାଇଛି । ମୁମ୍ବାଇର ଟାଟା ଥିଏଟର ହଲ ଠାରେ ଡିସେମ୍ବର ୧୨ ତାରିଖରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସମଗ୍ର ଦକ୍ଷିଣ ଏସିଆ ମହାଦେଶର ବିଭିନ୍ନ ପ୍ରାନ୍ତରର ମିଡିଆ ବ୍ୟକ୍ତିତ୍ବ ଓ ବୁଦ୍ଧିଜୀବୀଙ୍କ ସମାବେଶ ମଧ୍ୟରେ ଡ଼ଃ ସାହୁଙ୍କୁ ମୁଖ୍ୟ ଅତିଥି ପ୍ରଖ୍ୟାତ ବଲିଉଡ ଅଭିନେତ୍ରୀ ରଶିକା ଦୁଗଲ ଏଇ ଆନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ କରିଛନ୍ତି । ଲିଙ୍ଗଗତ ବୈଷମ୍ୟ ଆଧାରିତ ସ୍ତମ୍ଭ, ଫିଚର, ଖବର, ଡକ୍ୟୁମେଣ୍ଟାରୀ, ରେଡ଼ିଓ ଫିଚର ଆଦି ବିଭିନ୍ନ ବର୍ଗରେ ଦକ୍ଷିଣ ଏସିଆ ମହାଦେଶର ଆଫଗାନିସ୍ତାନ, ବାଲାଂଦେଶ, ମାଳଦ୍ବୀପ, ନେପାଳ, ପାକିସ୍ଥାନ, ଶ୍ରୀଲଙ୍କା ସମେତ ଭାରତର ବିଭିନ୍ନ ପ୍ରାର୍ଥୀତ୍ବଙ୍କୁ ଏଥିପାଇଁ ଚୟନ ହୋଇଥିଲା । ସ୍ତମ୍ଭ ଲେଖାକ୍ରମରେ ଦୈନିକ ଧରିତ୍ରୀ ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶିତ ଡ଼ଃ ଦ୍ବିତୀଚନ୍ଦ୍ରଙ୍କ ସ୍ତମ୍ଭ “ଝିଅ କେବଳ ଝିଅ ନୁହେଁ” ପାଇଁ ଭାରତ ପ୍ରାନ୍ତରୁ ଡ଼ଃ ଦ୍ବିତୀଚନ୍ଦ୍ରଙ୍କୁ ଚୟନ କରାଯାଇଛି । ପିପୁଲସ ଫାଷ୍ଟ ଓ ୟୁଏନଏଫପିଏ ମିଳିତ ସହଯୋଗରେ ଲୋକ ସମ୍ବାଦ ସଂଗଠନର ଆୟୋଜନରେ ଆୟୋଜିତ ଲାଡ଼ଲି ମିଡିଆ ଓ ଆଡଭେଟାଇଜମେଣ୍ଟ ଆୱାର୍ଡ ସମାରୋହରେ ୟୁଏନଏଫପିଏର ଭାରତ ଓ ଭୁଟାନ ଦେଶ ପ୍ରମୁଖ ଏଣ୍ଡରୁ ମ୍ୟାରୀ ବଜନିଆର, ବଲିଉଡ ଅଭିନେତ୍ରୀ ଋଷିକା ଦୁଗଲ, ବଲିଉଡ ଅଭିନେତ୍ରୀ କଙ୍କଣ ସେନ ଶର୍ମା, ବଲିଉଡ ନିର୍ଦ୍ଦେଶିକା ରାଧିକା ରାଓ, ସମ୍ପାଦିକା ଫେମିନା ମିସ ଇଣ୍ଡିଆ ଭୀମଲ ପାଟିଲ, ଜାତୀୟ ଫିଲ୍ମ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶିକା ମିସ ଅରୁଣା ରାଜେ ପାଟିଲ, ନାରୀ ଶକ୍ତିର ପ୍ରତୀକ ଭାଓରୀ ଦେବୀ, ଥିଏଟର ବ୍ୟକ୍ତିତ୍ବ ନାଦିରା ବାବର, କମଳା ପାଣ୍ଡେ ସମେତ ଦକ୍ଷିଣ ଏସିଆର ବିଭିନ୍ନ ମିଡ଼ିଆର ପ୍ରମୁଖ ବ୍ୟକ୍ତିତ୍ବ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପିପୁଲସ ଫାଷ୍ଟର ସିଇଓ ଏ ଏଲ ଶାରଦା ଏହାକୁ ସଞ୍ଚାଳନ କରିଥିଲେ । ଚୂଡାନ୍ତ ପର୍ଯ୍ୟାୟରେ ଥିବା ଦକ୍ଷିଣ ଏସିଆର ୪୭ ଜଣଙ୍କୁ ଏହି ସମ୍ମାନନଜକ ପୁରସ୍କାର ଲାଗି ଚୟନ କରାଯାଇଥିଲା । ପୁନଃ ଥଇଥାନ ଯୋଜନା କ୍ରମରେ ସରକାରୀ ଚାକିରୀରେ ନିଯୁକ୍ତି ଦେବାରେ ଭାରତୀୟ ପରିବାରର ଥିବା ଏକମାତ୍ର ବିବାହିତ କନ୍ୟା ସନ୍ତାନମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ନେଇ ଦୈନିକ ଧରିତ୍ରୀରେ ୨୧ ନଭେମ୍ବର ୨୦୨୨ରେ ପ୍ରକାଶିତ “ଝିଅ କେବଳ ଝିଅ” ପାଇଁ ଡ଼ଃ ଦ୍ବିତୀଚନ୍ଦ୍ରଙ୍କ ସ୍ତମ୍ଭ ଲେଖା ଜୁରୀମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା ଓ ଏହାକୁ ପ୍ରଥମେ ଜାତୀୟ ପୁରସ୍କାର ଲାଗି ଚୟନ କରାଯାଇଥିଲା । ଲିଙ୍ଗଗତ ଵୈଷମ୍ୟ ଉପରେ ଆଧାରିତ ଏକ ନିଆରା ପ୍ରସଙ୍ଗରେ ଲିଖିତ ଏଇ ସ୍ତମ୍ଭ ଲେଖାର ଗୁରୁତ୍ବକୁ ଉପଲବ୍ଧି କରି ପୁନଶ୍ଚ ଜୁରୀମାନେ ଆନ୍ତର୍ଜାତୀୟ ସମ୍ମାନ ଲାଗି ଚୟନ କରିଛନ୍ତି । ବୃତ୍ତିଗତ ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ରାୟଗଡସ୍ଥ ବିଲେଷୁ ଉଚ୍ଚ ବିଦ୍ୟାଳୟର ଟିଜିଟି ଶିକ୍ଷକ ଭାବେ କର୍ମରତ ଦ୍ବିତୀଚନ୍ଦ୍ର ପ୍ରବୃତ୍ତିରେ ଜଣେ ଲେଖକ । ରାଜ୍ୟ ଶିକ୍ଷକ ସମ୍ମାନରେ ସମ୍ନାନିତ ଡ଼ଃ ସାହୁ ଉଭୟ ଶିକ୍ଷା ଓ ସାହିତ୍ୟ ପାଇଁ ରାଜ୍ୟ ଓ ଜାତୀୟ ସ୍ତରରେ ବହୁ ସମ୍ମାନରେ ସମ୍ମାନିତ । ଦୀର୍ଘ ୨୦ବର୍ଷ ଓଡ଼ିଆର ବିଭିନ୍ନ ଦୈନିକ ଖବରକାଗଜର ସ୍ତମ୍ଭକାର ଭାବେ ଓଡ଼ିଶାରେ ସେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି । ସ୍ତମ୍ଭ ଲେଖା ପାଇଁ ଏଭଳି ବିରଳ ଆନ୍ତର୍ଜାତୀୟ ସମ୍ମାନ ପାଇବା ପରେ ଡ଼ଃ ସାହୁ ଖୁସି ପ୍ରକଟ କରିବା ସହ ପ୍ରଚୁର ଭଲ ପାଇ ଆସୁଥିବା ତାଙ୍କ ପାଠକପାଠିକା, ଶୁଭେଛୁଙ୍କୁ ଏହି ସମ୍ମାନ ସମର୍ପିତ ବୋଲି କହିଛନ୍ତି | ଏହି ସମ୍ମାନ ପାଇବା ପରେ ବିଭିନ୍ନ ବର୍ଗର ବ୍ୟକ୍ତି ଓ ବୁଦ୍ଧିଜୀବୀଗଣ ଡ଼ଃ ସାହୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.