ପୁରୁଷୋତ୍ତମପୁର ବ୍ଲକରୁ ବିଧାୟକ ପ୍ରାର୍ଥୀ ପାଇଁ ଭିକେ ପାଣ୍ଡିଆନଙ୍କୁ ଦରଖାସ୍ତ ଦେଲେ ଜନ ପ୍ରତିନିଧି 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଦେଶ ସ୍ୱାଧୀନତାର ୭୭ ବର୍ଷ ପରେ ବି ପୁରୁଷୋତ୍ତମପୁର ବ୍ଲକକୁ ବିଧାୟକ ପାର୍ଥୀରୁ ବଞ୍ଚିତ କରାଯାଉଥିବା ନେଇ ସମସ୍ତଙ୍କ  ମନରେ ଦୁଃଖ ଓ ଅବଶୋଷ ରହିଛି | ଗତ କିଛିଦିବ ତକେ କେ ଏନ ପୁର ପୂର୍ବତନ ସରପଞ୍ଚ ରବୀନ୍ଦ୍ର ନାଥ ବେହେରା ଏବଂ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ପୁରୁଷୋତ୍ତମପୁର ବ୍ଲକର ୧୫ ଜଣ ଜନ ପ୍ରତିନିଧି ଏକତ୍ରିତ ହୋଇ ରାଜ୍ୟ ସଭା ସାଂସଦ ତଥା ପୂର୍ବତନ ରାଜ୍ୟ ମିଡ଼ିଆ ସେଲର ଅଧକ୍ଷ ମାନସ ମଙ୍ଗରାଜଙ୍କୁ ଭୁବନେଶ୍ୱରରେ ସୌଜନ୍ୟ ମୂଳକ ସାକ୍ଷାତ କରି ତାଙ୍କୁ ମଧ୍ୟ ଏକ ଦରଖାସ୍ତ ଦେଇ ପୁରୁଷୋତ୍ତମପୁର ବ୍ଲକବାସୀଙ୍କ ଦୁଃଖକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ଅଧକ୍ଷ ଙ୍କ ପାଖରେ ଏହି ବିଷୟକୁ ଉପସ୍ଥାପନା କରିବାକୁ ଅନୁରୋଧ କରିଥିଲେ। ଏହାସହ ୫ଟି ଅଧକ୍ଷଙ୍କ ୨ ଦିନ ତଳେ ଗଞ୍ଜାମ ଗସ୍ତ ସମୟରେ ତାରା ତାରିଣୀଙ୍କ ପାଦ ଦେଶରେ ଋଷିକୁଲ୍ୟା ନଦୀ ଉପରେ ହୋଇଥିବା ନୁଆଁ ବିଜୁ ସେତୁ ଦେଇ ପ୍ରତାପୁର ତୁମ୍ବେଶ୍ୱର ପୀଠକୁ ଆସୁଥିଲା ବେଳେ ବହୁ ନେତା କର୍ମୀ, ସେତୁ ପାଖରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ ପୁରୁଷୋତ୍ତମପୁର ବ୍ଲକର ଜଣେ ପାର୍ଥୀ ଦେବାକୁ ଅନୁରୋଧ କରିବା ସହ ଦରଖାସ୍ତ ମଧ୍ୟ ଦେଇଥିଲେ | ପୁରୁଷୋତ୍ତମପୁର ବ୍ଲକ ବାସୀଙ୍କ ୫ଟି ଅଧକ୍ଷଙ୍କ ଉପରେ ପୁରା ଭରସା ବିଶ୍ୱାସ ରହିଛି, ତେଣୁ ଏହି କାର୍ଯ୍ୟ ହେବ ବୋଲି ଜନସାଧାରଣଙ୍କ ପୁରା ବିଶ୍ୱାସ ରହିଛି | ଯେହେତୁ କି ଏଠାରେ ବିରାଜିତ ଗଞ୍ଜାମ ଜିଲ୍ଲା ର ଅଧିଷ୍ଠିତ ଦେବୀ ମା ତାରା ତାରିଣୀ ଙ୍କ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ଅଧକ୍ଷ ଙ୍କ ବିଶ୍ୱାସ ରହିଛି ଏବଂ ଏହି ପୀଠର ବିକାଶ ଓ ରୂପାନ୍ତି କରଣ ପାଇଁ ତାଙ୍କର ଅବଦାନ ବହୁତ,ତେଣୁ ଏହି ବ୍ଲକ ଲୋକଙ୍କ କଥା ସେମାନେ ନିଶ୍ଚିତଭାବେ ଚିନ୍ତା କରିବେ ବୋଲି ଭାବୁ ଛନ୍ତି | ଏପଟେ ହିଞ୍ଜିଳି ସହିତ ଥିଲା ବେଳେ ଓ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରହିଥିଲା ବେଳେ ପୁରୁଷୋତ୍ତମପୁର ବାସୀ ବିଜୁ ବାବୁ ଓ ଏବେ ନବୀନ ବାବୁ ଙ୍କୁ ସେତିକି ଭଲ ପାଇବା ଓ ଭୋଟ ଦେବାରେ ମଧ୍ୟ କେବେ କାର୍ପନ୍ୟ କରିନାହାନ୍ତି, ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ମୋ ଓଡିଶା ନବୀନ ଓଡିଶା ର ଅଧକ୍ଷ ଭିକେ ପାଣ୍ଡିଆନ ମଧ୍ୟ ସହଯୋଗ କରିବେ ବୋଲି ଆଶା ରହିଛି | ତେଣୁ ପାଣ୍ଡିଆନ ଙ୍କୁ ଏହି ଦରଖାସ୍ତ ଦେବା ପରେ ପୁରୁଷୋତ୍ତମପୁର ବ୍ଲକ ବାସୀଙ୍କ ମନରେ ଅପୂର୍ବ ଆନନ୍ଦ ଦେଖା ଦେଇଛି | ଯଦି ପୁରୁଷୋତ୍ତମପୁର ବ୍ଲକ ରୁ ପାର୍ଥୀ ଚୟନ କରା ଯାଏ ତେବେ ଖଲ୍ଲିକୋଟ ବ୍ଲକ ର ଜନସାଧାରଣ ମଧ୍ୟ ସହଯୋଗ କରିବେ ବୋଲି ମତପ୍ରକାଶ କରିଛନ୍ତି | କାରଣ ସେଠାରେ ବହୁ ନେତା ବିଧାୟକ ପାର୍ଥୀ ପାଇଁ ଉପର ମହଲରେ ଲବି କରୁଛନ୍ତି | ଯଦି ସେଠାରୁ ଜଣଙ୍କୁ ଟିକଟ ମିଳିବ ତେବେ ଆଶାୟୀ ପାର୍ଥୀ ମାନେ ଭିତିରିଆ ଅନ୍ୟ ଦଳ ସହିତ ସମ୍ପର୍କ ରଖି ବିଜୁ ଜନତା ଦଳର ପାର୍ଥୀ ଙ୍କୁ ହରାଇ ଦେବେ ବୋଲି ରାଜ ନୈତିକ ବିଶେଷଜ୍ଞ ମାନେ ମତ ଦେଇ ଛନ୍ତି | ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ନବୀନ ଓଡିଶା ଅଧକ୍ଷ ଭିକେ କାର୍ତ୍ତିକେୟ ପାଣ୍ଡିଆନ ଏହା ଉପରେ ଗୁରୁତର ସହ ବିଚାର କରି ପୁରୁଷୋତ୍ତମପୁର ବ୍ଲକ ର ଯାହାକୁ ବି ପାର୍ଥୀ କଲେ ନିଶ୍ଚିତ ଭାବେ ବିଜେଡି ହାତରୁ ଖସିଯିବାକୁ ଥିବା ଆସନ ଟି ବଞ୍ଚିଯିବି | ତେଣୁ ଏହା ଉପରେ ସମସ୍ତେ ପୁଙ୍ଖାନୁ ପୁଙ୍ଖ ତଦନ୍ତ କରି ପୁରୁଷୋତ୍ତମପୁର ବ୍ଲକ ର ପାର୍ଥୀ ଚୟନ କଲେ ଭଲ ହେବ ବୋଲି ସମସ୍ତ ଙ୍କ ମତ ରହିଛି | ଏହା ସହ ଯଦି ଏଠାରୁ ପାର୍ଥୀ ଦିଆଯାଏ ତେବେ ଦେଶ ସ୍ୱାଧୀନ ର ଦୀର୍ଘ ୭୭ ବର୍ଷ ପରେ ପୁରୁଷୋତ୍ତମପୁର ବାସୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଏକ ଉପହାର ବୋଲି ମଧ୍ୟ ବିଚାର କରାଯିବ | ତେଣୁ ଏହା ଉପରେ ସମସ୍ତେ ବିଚାର କରିବାକୁ ଅଞ୍ଚଳ ବାସୀଙ୍କ ଅନୁରୋଧ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.