ସରିଆଁ ଲକ୍ଷ୍ମୀ ପୂଜାରେ ଡ୍ୟାନ୍ସ ଧମାକା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସରିଆଁ ଗ୍ରାମରେ ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ଓ ଗ୍ରାମବାସୀଙ୍କ ଆନୁକୁଲ୍ୟରେ ଗ୍ରାମ ପଞ୍ଚାୟତ ସମ୍ମୁଖ ପଡ଼ିଆରେ ଏକ ଡ୍ୟାନ୍ସ ଡ୍ୟାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବୈଦ୍ୟରାଜ୍ ସଦାନନ୍ଦ ପୁଟେଲ , ଯୁବ ଲେଖକ ଡିଲେଶ୍ୱର ରଣା, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସରିଆଁ ସରପଞ୍ଚ ଓମ୍ ପ୍ରକାଶ ଛତ୍ରିଆ, ସମିତି ସଭ୍ୟ ଭାସ୍କର ଭୋଇ ଏବଂ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ ପ୍ରମୁଖ ଯୋଗଦାନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ସମାଜସେବୀ ଜିତୁ ମିଶ୍ର ଏବଂ ସମାଜସେବୀ ମନୋଜ କୁମାର ପଟ୍ଟନାୟକଙ୍କ ସହିତ ସାମ୍ବାଦିକ ଅଜୟ ସେନାପତି ଓ ସୁମିତ କୁମାର ଶର୍ମାଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନୀତ କରାଯାଇଥିଲା। ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ୯ଜଣଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଚାରକ ଭାବେ ମନ୍ଦାକିନୀ ବାଣୁଆ, ଚିରଞ୍ଜିବୀ ଭୋଇ ଓ ହିମାଂଶୁ ମାଝୀ ଦାୟିତ୍ଵ ନିର୍ବାହନ କରିଥିଲେ। ଜୁରି ମେମ୍ବର ଭାବେ ନିର୍ମଳ ଭୋଇ , ସଞ୍ଜୟ ଧ. ମାଝୀ, ଅସୀମ ଭୋଇ ଓ ସୁନିଲ ଭୋଇ  ସୁଚାରୁରୂପେ ଦାୟିତ୍ଵ ନେଇଥିଲେ। ଅନୁଷ୍ଠାନର ସଦସ୍ୟ ସ୍ଵାଧୀନ କୁମାର ଭୋଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିବାବେଳେ ବିନୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ପ୍ରତିଯୋଗିତାରେ ଆଦିଶକ୍ତି ଡିଆନ୍ସ ଗ୍ରୁପ୍ ମାଟିଆ ପ୍ରଥମ ସ୍ଥାନ, ଗୋପୀନାଥ ଶବର ଦ୍ୱିତୀୟ ଏବଂ ବଗାଡ଼ ଗ୍ରୁପ ତୃତୀୟ ପୁରସ୍କାର ପାଇଥିଲେ। କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଦୂର୍ବାଦଳ ଭୋଇ, ସମ୍ପାଦକ ମିଲନ କୁମାର ଭୋଇଙ୍କ ସମେତ ଊପଦେଷ୍ଟା ମଣ୍ଡଳୀର ସଦସ୍ୟ ତଥା ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.