ଡକ୍ଟର ବି.ଆର. ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ବୀଣାପାଣି ତାଣ୍ଡି ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କୋଟେମୁଣ୍ଡା ଗ୍ରାମର ସ୍ୱର୍ଗୀୟ ତୁଳସୀ ତାଣ୍ଡିଙ୍କ ସୁପୁତ୍ରୀ ବୀଣାପାଣି ତାଣ୍ଡି ଓଡିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ଦ୍ୱାରା ପରିଚାଳିତ (ଓଜେଏସ) ପରୀକ୍ଷା ୨୦୨୨ରେ ଉତୀର୍ଣ୍ଣ ହେଇଥିବାରୁ ଡକ୍ଟର ବି.ଆର. ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ଓ ଅନ୍ତର୍ଜାତୀୟ ଖ୍ୟାତନାମା କବି ଡ଼. ଭବାନୀ ଶଙ୍କର ନିଆଲଙ୍କର ଦ୍ୱାରା ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସୂଚନା ଯୋଗ୍ୟ ଯେ, ଡକ୍ଟର ବି.ଆର. ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ସମେତ ଅନ୍ୟାନ୍ୟ ସଦସ୍ୟ ପ୍ରଦୀପ ତାଣ୍ଡି, ଥବିର ତାଣ୍ଡି, ବିକ୍ରମ ତାଣ୍ଡି ତାଙ୍କ ଗାଁକୁ ଯାଇ ଟ୍ରଷ୍ଟ ତରଫରୁ ସମ୍ବର୍ଦ୍ଧିତ କରିଥିଲେ। ଯେହେତୁ ଏହା ପଶ୍ଚିମ ଓଡିଶା ଦଳିତ ସମାଜର ପ୍ରଥମ ଜୁଡ଼ିସିଆଳି ସର୍ଭିସ ସେଥିପାଇଁ ନୂଆପଡା କଳାହାଣ୍ଡିବାସୀ ତରଫରୁ ତାଙ୍କୁ ଅଭିନନ୍ଦନ ଦେବା ସହିତ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ, ଗତ ଓଡିଶା ନ୍ୟାୟିକ ସେବା ୨୦୨୨ ଅନ୍ତର୍ଗତ ପରୀକ୍ଷାରେ ବୀଣାପାଣି ତାଣ୍ଡି ଉତୀର୍ଣ୍ଣ ହେବା ନିଶ୍ଚିତ ଭାବେ ଜିଲ୍ଲାବାସୀ ଓ ଅଞ୍ଚଳବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏହାଦ୍ୱାରା ସମାଜର ତୃଣମୂଳ ସ୍ତରରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କ ଭିତରେ ଉତ୍ସାହ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଏହା ଜରିଆରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ଶିକ୍ଷା ମନସ୍କ ଏବଂ ଓଡ଼ିଶା ନ୍ୟାୟିକ ସେବା ପ୍ରତି ଆକର୍ଷିତ ହୋଇପାରିବେ। ଏହି ଅବସରରେ ପରିବାରର ଭୋଳାନାଥ ତାଣ୍ଡି, ଝରଣା ତାଣ୍ଡି, ତ୍ରିଲୋଚନ ତାଣ୍ଡି ଶିବ ପ୍ରସାଦ ତାଣ୍ଡି ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.