ଆମେ ଯଦି ଠିକ ରହିବା ତାହେଲେ ଛାତ୍ରଛାତ୍ରୀ ମଧ୍ୟ ଉତ୍ତମ ବାହାରିବେ -ଭୁପିନ୍ଦର ସିଂ, ବିଧାୟକ ନର୍ଲା
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଡିଗ୍ରୀ କଲେଜରେ ଉଦ୍ଯାପିତ ହେଲା ‘ଯୁବ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୁପିନ୍ଦର ସିଂ ଯୋଗଦାନ କରି ଛାତ୍ରଛାତ୍ରୀ ମାନେ ପାଠପଢା ସହିତ କ୍ରୀଡା କ୍ଷେତ୍ରରେ ମଧ୍ୟ ସଫଳତା ପାଇଁ ଗୁରୁତ୍ୱ ଦେବା ଏକାନ୍ତ ଆବଶ୍ୟକ। ଆମେ ଯଦି ଠିକ କାମ କରିବା ତା’ ହେଲେ ପିଲାମାନେ ମଧ୍ୟ ଉତ୍ତମ ବାହାରିବେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। କଲେଜର ଅଧ୍ୟକ୍ଷ ନାରାୟଣ ପ୍ରସାଦ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ କଲେଜ ପରିଚାଳନା ସମିତିର ସଭାପତି କ୍ଷୀରସିନ୍ଧୁ ସାହୁ ଓ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ। ଅଧ୍ୟାପକ ସୁଶାନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ। ପ୍ରଥମେ ଅତିଥି ବୃନ୍ଦଙ୍କ ଠାକୁର ପୂଜନ ପରେ ଅତିଥିଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ମହାବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟକ୍ଷ ଶ୍ରୀ ନାଏକ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ କଲେଜରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମର ସଫଳତା ବିଷୟରେ କହିଥିଲେ। ଏହି ଯୋଜନାରେ ଗତ କିଛିଦିନ ତଳେ ବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା କ୍ରୀଡା ପ୍ରତିଯୋଗୀତା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରତିଯୋଗୀତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୁତ କରାଯାଇଥିଲା। ଡିସେମ୍ବର ୯ ରେ ନର୍ଲା ବିଧାୟକଙ୍କ ଦ୍ୱାରା ଉଦ୍ଘାଟିତ ଏହି କାର୍ଯ୍ୟକ୍ରମ ମଝିରେ ପରୀକ୍ଷା ପାଇଁ ସ୍ଥଗିତ ରହିଥିଲା। ହେଲେ ଗତ ୨୬ରୁ ପୁଣି ବିଭିନ୍ନ ପର୍ଯ୍ୟାୟରେ ସାମାଜିକ କାର୍ଯ୍ୟକ୍ରମ, ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗୀତା ସବୁ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ମୃତ୍ୟୁଞ୍ଜୟ ଚାନ୍ଦ, ରମେଶଚନ୍ଦ୍ର ଘଡେଇ, ପିଇଟି କ୍ଷୀତିଶ ବଗର୍ତ୍ତି, ଅଧ୍ୟାପିକା ସଂଘମିତ୍ରା ପଣ୍ଡା, ପାର୍ବତି ଦାସ, କୌଶଲ୍ୟା ଗଡବା, କର୍ମଚାରୀ ସନ୍ତୋଷ ନାଏକ, କିଶୋର ଚାନ୍ଦ, ଶ୍ରୀ ନନ୍ଦ, ଗରୁଡ ଭୋଇ, ଲକ୍ଷପତି ପଧାନ, ସନ୍ତୋଷ କୁମାର ନାଗ, ଲୋକନାଥ ବାରିକ, ଗୋପାଳ ଆଡଜୁଏଡ, ମହେନ୍ଦ୍ର ବେହେରା, ରବିଚନ୍ଦ୍ର ଭୋଇ, ଚୁଡଙ୍ଗ ଭୋଇ, ଗୌର ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ସୁଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।