ଭାଗିରଥୀ ମାଣ୍ଡାଙ୍ଗି ଓ ଲକ୍ଷ୍ମୀ ମାଝିଙ୍କ ହତ୍ୟାକାରୀଙ୍କୁ ଗିରଫ ସହ ସିବିଆଇ ତଦନ୍ତ ଦାବି

ରାୟଗଡାରେ ୧୨ଘଂଟା ବନ୍ଦ ପାଳନ କଲା ଜିଲ୍ଳା ଆଦିବାସୀ ମହାସଂଘ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଦୀର୍ଘ ୧୩ବର୍ଷ ହେଲା ରାୟଗଡାର ଆଦିବାସୀ ଯୁବନେତା ସ୍ୱର୍ଗତ ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟା ଘଟଣାରେ ଏପର୍ଯ୍ୟନ୍ତ ହତ୍ୟାକାରୀକୁ ଗିରଫ କରାଯାଇ ନ ଥିବା ବେଳେ ନିକଟରେ ଲକ୍ଷ୍ମୀ ମାଝି ନାମକ ଜଣେ ଅବିବାହିତ ଭିନ୍ନକ୍ଷମ ଆଦିବାସୀ ଯୁବତୀକୁ ମଧ୍ୟ ହତ୍ୟା କରାଯାଇଛି । ଏହି ଘଟଣାରେ ମଧ୍ୟ ପୋଲିସ ଦୋଷୀକୁ ଗିରଫ କରିବାରେ ବିଫଳ ହୋଇଥିବାରୁ ପୀଡିତ ପରିବାରମାନଙ୍କୁ ନ୍ୟାୟ ଦେବା ଦାବି ଓ ଖୋଦ୍ ଆଇନ ମନ୍ତ୍ରୀଙ୍କ ଜିଲ୍ଳାରେ ଆଦିବାସୀ ଯୁବକଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଉଥିବାରୁ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ରାୟଗଡା ଜିଲ୍ଳା ଆଦିବାସୀ ମହାସଂଘ ପକ୍ଷରୁ ପୂର୍ବ ନିଷ୍ପତି କ୍ରମେ ଆଜି ଶୁକ୍ରବାର ଦିନ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଂଟା ଧରି ବନ୍ଦ ପାଳନ କରାଯାଉଛି । ମହାସଂଘ ସଭାପତି ଆପଲାସ୍ୱାମୀ କାଡ୍ରକାଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ଲୋକେ ଏହି ବନ୍ଦ ପାଳନରେ ସାମିଲ ହୋଇଥିଲେ । ଆବାହକ ତଥା ଉପସଭାପତି ବସନ୍ତ କୁମାର ଉଲାକା, ସାଧାରଣ ସଂପାଦକ ଜଗନ୍ନାଥ ମାଣ୍ଡାଙ୍ଗି, ଆଦିବାସୀ ନେତ୍ରୀ ଶ୍ରୀମତି ମଂଜୁଳା ମିଣିଆକା, ଆଦିବାସୀ ଯୁବ ନେତା ତଥା ବହୁଜନ ସମାଜ ପାର୍ଟି ଜିଲ୍ଳା ସଭାପତି ଜିତୁ ଜାକେସିକାଙ୍କ ତତ୍ୱାବଧାନରେ ଏହି ବନ୍ଦ ପାଳନ କରାଯାଇଥିଲା । ରାୟଗଡା ସହରରେ ଆମ୍ବୁଲାନ୍ସ ସେବା,ପରୀକ୍ଷାର୍ଥୀଙ୍କ ପରୀକ୍ଷା ଭଳି ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଥିବା ବେଳେ ଗାଡି ଚଳାଚଳ ଏକ ପ୍ରକାର ଠପ୍ ହୋଇ ପଡିଥିଲା । ସରକାରୀ, ବେସରକାରୀ ଅନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ, ବିଦ୍ୟାଳୟ, କଲେଜ ସହ ଅନ୍ୟାନ୍ୟ ଅନୁଷ୍ଠାନଗୁଡିକ ବନ୍ଦ ରଖିବା ପାଇଁ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ ସମସ୍ତ ଅନୁଷ୍ଠାନ, ଜନ ସାଧାରଣ ବନ୍ଦକୁ ସମର୍ଥନ କରିଥିବା ଜଣାପଡିଛି । ତେବେ ବସ, ଅଟୋ, ରିକ୍ସା ଆଦି ଚଳାଚଳ ହେଉ ନ ଥିବା ହେତୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ମହାସଂଘର ବନ୍ଦ ଡାକରାକୁ ନେଇ ଜିଲ୍ଳା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଛକ ଛଳରେ ପୋଲିସ ମୁତୟନ କରାଯାଇ୍‌ଥିବା ଦେଖିବାକୁ ମଳିଥିଲା । ପ୍ରକାଶ ଥାଉ କି, ଆଦିବାସୀ ଯୁବ ନେତା ଭାଗିରଥୀ ମାଣ୍ଡାଙ୍ଗି ଦୀର୍ଘ ୧୩ବର୍ଷ ତଳେ ୨୦୧୦ ମସିହା ଡିସେମ୍ବର ୧୫ ତାରିଖରେ ମା ମଝିଘରିଆଣୀ ମନ୍ଦିର ନିକଟରେ ନିଜ ୍‌ବାଇକକୁ ଛାଡି ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି ପରେ ଭାଗିରଥୀଙ୍କ କୈାଣସି ପତା ମିଳି ନ ଥିବାରୁ ରାୟଗଡା ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ । ତେବେ କିଛି ଦିନ ପରେ ଆନ୍ଧ୍ର ପ୍ରଦେଶର ଏକ ଡ୍ୟାମ୍ ନିକଟରୁ ଭାଗିରଥୀଙ୍କ ଅର୍ଦ୍ଧଦଗ୍ଧ ମରଶରୀର ଉଦ୍ଧାର ହୋଇଥିଲା । ପରିବାର ଲୋକେ ଚିହ୍ନଟ କରିବା ପରେ ଭାଗିରଥୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ । ହ୍‌ତ୍ୟା ଘଟଣାରେ ରାୟଗଡା ବିଜେଡିର ବରିଷ୍ଠ ନେତା ପୂର୍ବତନ ରାଜ୍ୟସଭା ସାଂସଦଙ୍କ ସଂପୃକ୍ତି ନେଇ ଅଭିଯୋଗ ଆଣିଲେ ପରିବାର ଏବଂ ଆଦିବାସୀ ମହାସଂଘ । ପୋଲିସ ତଦନ୍ତରେ ଦୋଷୀକୁ ଗିରଫ କରିବା ବିଳମ୍ବ ହେଉଥିବାରୁ ପରିବାର ଲୋକେ ତଥା ଆଦିବାସୀ ମହାସଂଘ ପକ୍ଷରୁ ବାରମ୍ବାର ଦାବି ଉଠିବା ପରେ କ୍ରାଇମ ବ୍ରାଂଚକୁ ରାଜ୍ୟ ସରକାର ଏହାର ତଦନ୍ତ ଭାର ଦେଇଥିଲେ । ତଥାପି ଆଜି ପର୍ଯ୍ୟନ୍ତ ଦୋଷୀକୁ ଗିରଫ କରାଗଲା ନାହିଁ କି ପରିବାରକୁ ନ୍ୟାୟ ମିଳିପାରିଲା ନାହିଁ ବୋଲି ମହାସଂଘ ପକ୍ଷରୁ ପ୍ରତ୍ୟେକ ବର୍ଷ ଶୋଭାଯାତ୍ରା, ପ୍ରେସ ମିଟ୍‌, ଦାବିପତ୍ର ପ୍ରଦାନ ଭଳି କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ସ୍ୱର୍ଗତ ଭାଗିରଥୀ ମାଣ୍ଡାଙ୍ଗିଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ପ୍ରୟାସ ଜାରି ରହିଛି । ସେହିପରି କାଶିପୁର ବ୍ଳକର ଲକ୍ଷ୍ମୀ ମାଝି ନାମକ ଜଣେ ଅବିବାହିତ ଆଦିବାସୀ ଯୁବତୀ ଜିଲ୍ଳାର ଚନ୍ଦ୍ରପୁର ବ୍ଳକ ସଦର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଆଲିସା ସ୍ୱେଚ୍ଛାସେବୀ ଅନୁଷ୍ଠାନର ମା ଗୃହରେ ଦୀର୍ଘ ୪ବର୍ଷ ଧରି ପରିଚାଳିକା ଭାବେ କାର୍ଯ୍ୟରତ ଥିଲେ । ଗତବର୍ଷ ଡିସେମ୍ବର ୨୧ତାରିଖ ରାତ୍ରରେ ତାଙ୍କର ଅର୍ଦ୍ଧଦଗ୍ଧ ମରଶରୀର ମେଡିକଲ ପରିସରରୁ ମିଳିଥିଲା । ଏ ନେଇ ବାପା ବେଲଧର ମାଝି ଚନ୍ଦ୍ରପୁର ଥାନାରେ ହତ୍ୟା ଅଭିଯୋଗର ଏତଲା ଦେଇଥିଲେ । ଏହି ହତ୍ୟା ଘଟଣାକୁ ପୋଲିସ ଆତ୍ମହତ୍ୟାର ରୂପ ଦେବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ନେଇ ରାୟଗଡା ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା । ରାଜ୍ୟ ସରକାର ଘଟଣାକୁ ନେଇ କ୍ରାଇମ ବ୍ରାଂଚ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ । ତଥାପି ଆଜକୁ ୧୫ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରିବାରେ ସଫଳ ହୋଇନାହିଁ । ତେଣୁ କ୍ରାଇମ ବ୍ରାଞ୍ଚ ପରିବର୍ତ୍ତେ ସିବିଆଇ ତଦନ୍ତ ଦାବି କରିଛି ମହାସଂଘ | ଆଦିବାସୀ ବହୁଳ ରାୟଗଡା ଜିଲ୍ଳା ମାଟିରେ ଆଦିବାସୀ ଯୁବକଯୁବତୀଙ୍କୁ ହତ୍ୟା କରାଯାଉଥିବା ବେଳେ ପୋଲିସ କୈାଣସି ଅଭିଯୁକ୍ତକୁ ଗିରଫ କରି ପାରୁ ନ ଥିବାରୁ ଆଦିବାସୀଙ୍କ କ୍ଷେତ୍ରରେ ନ୍ୟାୟ ପ୍ରଦାନ ଦିଗରେ ପାତର ଅନ୍ତର ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗ ତଥା ସରକାରଙ୍କ ନ୍ୟାୟିକ ବ୍ୟବସ୍ଥାରେ ନ୍ୟାୟ ନ ମିଳୁଥିବାର ପ୍ରତିବାଦ କରି ଏହି ବନ୍ଦ ଡାକରା ଦିଆଯାଇଛି ବୋଲି ଆବାହକ ତଥା ଉପସଭାପତି ଶ୍ରୀ ଉଲାକା ପ୍ରକାଶ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.