ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ବ୍ଲକ୍ ଛକ ଦୁର୍ଘଟଣାରେ ବାପ ପୁଅ ମୃତ୍ୟୁ ଘଟଣା ପରେ ଫେରାର ହୋଇଥିବା ହାଇୱା ଗାଡ଼ି ଡ଼୍ରାଇଭର ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ବୁଠୀପଦର ଗ୍ରାମର ନରେନ୍ଦ୍ର ରାଉତ (୨୮) କୁ ଗତକାଲି ରାତିରେ ସୋନପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ ପରେ ସୋନପୁର ଜେଲକୁ ପଠାଇଛି। ସୋନପୁର ଥାନା ପିଏସ କେଶ ନମ୍ୱର୍ ୧/୨୪ ସେକ୍ସନ ୨୭୯/ ୩୦୪ (A) IPC ଧାରାରେ ମାମଲା ରୁଜ୍ଜୁ କରି ଡ୍ରାଇଭର ନରେନ୍ଦ୍ର କୁ ଗିରଫ କରି ଜେଲ୍ ହାଜତକୁ ପଠାଇ ଦିଆଯାଇଛି।