ମେଦିନୀପୁରରେ ଗ୍ରାମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମେଦିନୀପୁର ଗ୍ରାମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪
ସରପଞ୍ଚ ଗୌରୀ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟଅତିଥି ବିଶିଷ୍ଟ ଶିକ୍ଷାବିତ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟ ସନ୍ତୋଷ କୁମାର ଦାଶ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମନାଭ ସିଂ, ମିଶନ ଶକ୍ତି ଏମବିକେ ତପସ୍ୱୀନୀ ସାହୁ ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଶୁଭ ଉଦଘାଟନ କରିଥିଲେ। ଜିଆରଏସ ଦେବେନ୍ଦ୍ର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ସିଂହ ଦେଓ, ସଞ୍ଜିବ କୁମାର ପଟ୍ଟନାୟକ, କରୁଣାକର ରାଉତ,  ସୁନ୍ଦର ଗଉଡ ଏବଂ ଶିକ୍ଷୟିତ୍ରୀ ନିଶାମଣି ଦେଇ ପ୍ରମୁଖ ସହଯୋଗ କରିଥିଲେ। ମେଦିନୀପୁର ପଞ୍ଚାୟତର ଏହି ଘୁମୁରା ମହୋତ୍ସବ ଲୋକାରଣ୍ୟ ହୋଇ ଛାତ୍ରଛାତ୍ରୀଙ୍କ ନୃତ୍ୟ, ଗୀତର ଚାଳରେ ସମସ୍ତ ଦର୍ଶକ ବିଭୋର ହୋଇ ଝୁମି ଉଠିଥିଲେ। ଏହି ଉତ୍ସବରେ ମେଦିନୀପୁର ପଞ୍ଚାୟତ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ବରିଷ୍ଠ ଓ କନିଷ୍ଠ ବିଭାଗର ଛାତ୍ର ଛାତ୍ରୀ ତଥା ଗ୍ରାମବାସୀ ବୃନ୍ଦ ଏବଂ ସମସ୍ତ ବର୍ଗର ମହିଳା ମଣ୍ଡଳ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଯୋଗ ଦେଇଥିଲେ। ଏହି ମହୋତ୍ସବରେ ବରିଷ୍ଠ ବିଭାଗ ଓ କନିଷ୍ଠ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଂଗୀତ, ବକୃତା, ସାଧାରଣ ଜ୍ଞାନ, ପ୍ରବନ୍ଧ, ଚିତ୍ରାଙ୍କନ, ଏବଂ ଦଳଗତ ନୃତ୍ୟ ପ୍ରତି ଯୋଗିତା ଏବଂ ମହିଳା ବର୍ଗରେ ଝୋଟି, ହୁଳହୁଳି, ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଏବଂ ମହିଳାମାନଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ବ୍ଳକ ସ୍ତର କଳାହାଣ୍ଡି ମହୋତ୍ସବରେ ଅଂଶ ଗ୍ରହଣ କରିବା ପାଇଁଁ ସୂଚନା ଦେବା ସହ ପଦ୍ମନାଭ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.