ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣି ରାଉତ): ଧର୍ମଗଡ଼ ଏନଏସି ଅନ୍ତର୍ଗତ ତେନ୍ତୁଳିଆ ପଡା ୱାର୍ଡ ନଂ ୧ ରେ ରହୁଥିବା ପୁରାଣୀ ବାଗଙ୍କ ଦୁଇଟି ଆଖି ନ ଥିବା ବେଳେ ତାଙ୍କ ସ୍ବାମୀ ଅରପାରିରେ। ପାଖରେ ତିନି ଛୁଆ, ରୋଜଗାର କରିବା ପାଇଁ କେହି ନାହାନ୍ତି। ଭତ୍ତାକୁ ଆଶା କରି ଜୀବନ ଯାପନ କରୁଛନ୍ତି। ସେ କହିବା ଅନୁସାରେ ବ୍ୟାଙ୍କ ଖାତାରେ ଭତ୍ତା ପଡିବ ବୋଲି କହିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ୭ ମାସର ଭତ୍ତା ମିଳିପାରିନାହିଁ। ପରିବାର ଚଲେଇବା ପାଇଁ ବହୁତ ଅସୁବିଧା ହେଉଛି। ଏହି ଅସହାୟ ଅନ୍ଧୁଣୀ ମହିଳାଙ୍କ ଦୁର୍ଦ୍ଦଶା ବିଷୟରେ ସ୍ଥାନୀୟ ଲୋକେ ଯାଦବ ସମାଜକୁ ଖବର ଦେଇଥିଲେ। ଖବର ଶୁଣି ଏନଏସି ସଭାପତି ଅନିରୁଦ୍ଧ ଲହଜଲ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଉପଦେଷ୍ଟା ଧନୁ ଗୋପାଳ, ଧର୍ମଗଡ଼ ବ୍ଲକ ଯୁବ ସଭାପତି ଲବଣି ରାଉତ, ନନ୍ଦ ବଛା, ଦୟା ରାଉତ ପ୍ରମୁଖ ଉକ୍ତ ମହିଳାଙ୍କ ନିକଟକୁ ଯାଇ କିଛି ପନିପରିବା, ରାସନ ସାମଗ୍ରୀ, ଶୀତ ବସ୍ତ୍ର ଆଦି ପ୍ରଦାନ କରିଛନ୍ତି।