ୟଙ୍ଗ ଷ୍ଟାର ଗ୍ରୁପର ପ୍ରସ୍ତୁତି ବୈଠକ 

ଗଣତନ୍ତ୍ର ଦିବସରେ ହେବ ନୃତ୍ୟ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ):ନୂଆପଡା ଜିଲ୍ଲା ଖରିଆର ରୋଡ ଏନଏସି ବଜାର ପଡା ଠାରେ ୟଙ୍ଗ ଷ୍ଟାର ଗ୍ରୁପ ପକ୍ଷରୁ ଗଣତନ୍ତ୍ର ଦିବସ ଅବସରରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏ ନେଇ ୟଙ୍ଗ ଷ୍ଟାର ଗ୍ରୁପର ଏକ ପୂର୍ବ ପ୍ରସ୍ତୁତି ବୈଠକ ଖରିଆର ରୋଡ ସହରର ମିନି ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଯାଇଛି। ୟଙ୍ଗ ଷ୍ଟାର ଗ୍ରୁପର ଏଡ଼ଭାଇଜର ସୁନୀଲ ତିୱାରୀଙ୍କ ଅଧକ୍ଷତାରେ ଆୟୋଜିତ ଏହି ପୂର୍ବ ପ୍ରସ୍ତୁତି ବୈଠକରେ ୟଙ୍ଗ ଷ୍ଟାର ଗ୍ରୁପ ସଭାପତି ଦେବେଶ ଯାଦବ, ଉପ ସଭାପତି ମୁକେଶ ସେନ, ସମ୍ପାଦକ ଅଙ୍କିତ ସଗରିଆ, ସଂସ୍କୃତିକ ସମ୍ପାଦକ ମନୀଶ ଦେୱାଙ୍ଗନ ତଥା ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଗଣତନ୍ତ୍ର ଦିବସ ଅବସରରେ ସ୍ଥାନୀୟ କଳାକାର ନିଜର ପ୍ରତିଭାକୁ ଆଗକୁ ଆଣିବେ ଓ ନୂତନ ବର୍ଷରେ ତାଙ୍କର ଉତ୍ତରୋତ୍ତର ଭବିଷ୍ୟତ କାମନା କରିବା ସହିତ ଏହି ସୁନ୍ଦର ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ କଳାକାର ଯୋଗଦେବେ ବୋଲି ସଂସ୍କୃତିକ ସମ୍ପାଦକ ଶ୍ରୀ ଦେୱାଙ୍ଗନ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.