ଜୁନାଗଡ଼ରେ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ହାଇସ୍କୁଲ ଖେଳ ପଡିଆ ସ୍ଥିତ ମାଁ ଲଙ୍କେଶ୍ବରୀ ମଞ୍ଚରେ ଜୁନାଗଡ଼ ବ୍ଲକ ଓ ଏନଏସି ସ୍ଥରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଅନୁଷ୍ଠିତ ହେଉଛି। ଜାନୁଆରୀ ୬, ୭ ଓ ୮ ତିନିଦିନ ଧରି ଲୋକକଳା, ଲୋକ ସଂସ୍କୃତି, ଲୋକ ସଙ୍ଗୀତରେ ଦୁଲୁକିବ ମାଁ ଲଙ୍କେଶ୍ଵରୀ ମଞ୍ଚ। ଶନିବାର ସକାଳ ୧୦ ଟା ସମୟରେ ଉତ୍ସବ କମିଟି ପକ୍ଷରୁ ପ୍ରଥମେ ମାଁ ଲଙ୍କେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି। ପରେ ବ୍ଲକ ସ୍ଥିତ ତ୍ରିନାଥ ମନ୍ଦିରରୁ ଏକ ବିରାଟ ସାଂସ୍କୃତିକ ମଶାଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ହାଇସ୍କୁଲ ଖେଳ ପଡିଆ ସ୍ଥିତ ମା ଲଙ୍କେଶ୍ବରୀ ମଞ୍ଚକୁ ଆସିଥିଲେ। ପରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଧର୍ମଗଡ଼ ଉପ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ, ଧର୍ମଗଡ଼ ପୋଲିସ ଅଧିକାରୀ ଧିରୋଜ କୁମାର ଚୋପଦାର, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରାଙ୍କ ଦ୍ବାରା ବିବଦ୍ଧ ଭାବେ ମଞ୍ଚ ଉଦଘାଟନ ହେବା ସହିତ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ୩ ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଓଡ଼ିଶୀ ନୃତ୍ୟ, ବିରବାଦ୍ୟ ଘୁମୁରା, ଛଉ ନୃତ୍ୟ, ବଜାସାଲ ତଥା ଅନେକ ଲୋକ ବାଦ୍ୟ, ଲୋକ ନୃତ୍ୟରେ ଝୁମିବେ ଜୁନାଗଡ଼ ବାସୀ। କଳାହାଣ୍ଡି ଉତ୍ସବ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ଦୌଡ଼ ପ୍ରତିଯୋଗିତା, ବେଡମିନଟନ୍, କ୍ରିକେଟ, ଭଲି, ମହିଳା ମାନଙ୍କ ମଧ୍ୟରେ ଝୋଟି, ହୁଳହୁଳି, ପୁତି ସମେତ ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଦର୍ଶକ ମାନଙ୍କ ପାଇଁ ପଡିଆ ଚାରିପଟେ ୪୫ ଗୋଟି ବିଭିନ୍ନ ଷ୍ଟଲ ଲାଗିବ ବେଳେ ମିନା ବଜାର ମଧ୍ୟ ଆସିଛି। ୨ ପ୍ଲାଟୁନ ପୁଲିସ ଫୋର୍ସ ସହିତ ଅଗ୍ନିଶମ ବିଭାଗ ଶାନ୍ତି ଶୃଙ୍ଖଳା ରକ୍ଷା କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.