ଅ ମହୋତ୍ସବ

‘ସାହିତ୍ୟ ଜୀବନକୁ ସରସ କରେ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାର ‘ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଭବାନୀପାଟଣା ବ୍ଲକ୍ କାର୍ଯ୍ୟାଳୟ ସଭା ଗୃହ ଠାରେ ‘ଅ’ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରତିଷ୍ଠାତା ସଭାପତି ନରେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କବି ସୁଧୀର ମେହେର, ସମ୍ମାନୀତ ଅତିଥି କବି ତଥା ସାମ୍ବାଦିକ ହେମନ୍ତ ସାହୁ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ବିରଞ୍ଚି ନାରାୟଣ ମୁଣ୍ଡ ଯୋଗ ଦେଇ ‘ସାହିତ୍ୟ ଜୀବନ କୁ ସରସ କରିଥାଏ’ ବୋଲି ମତ ଦେଇଥିଲେ। ଏହି ଅବସରରେ ‘ଅ’ ପତ୍ରିକା ର ବାର୍ଷିକ ବିଶେଷାଙ୍କ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । କବି ଦକ୍ଷ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରାରମ୍ଭିକ ସଙ୍ଗୀତ କଣ୍ଠଶିଳ୍ପୀ କାଜଲ ମହାରଣା ପରିବେଷଣ କରିଥିଲେ। ପ୍ରାରମ୍ଭରେ ସ୍ବର୍ଗତ ଗୁରୁ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ବିୟୋଗରେ ତାଙ୍କରି ଫୋଟୋରେ ପୂଜାର୍ଚ୍ଚନା ସହ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ‘ଅ’ ପତ୍ରିକା ତରଫରୁ ସାହିତ୍ୟ ରେ କୃତିତ୍ୱ ହାସଲ କରିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମଧ୍ୟଭାଗରେ କଣ୍ଠ ଶିଳ୍ପୀ ଲିପ୍ସା ମହାରଣା ଏକ ଭଜନ ପରିବେଷଣ କରିଥିଲେ। ପ୍ରଥମ ପର୍ଯ୍ୟାୟ ପରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପରେ ଏକ ମନୋଜ୍ଞ ରାଜ୍ୟସ୍ତରୀୟ କବିତା ପାଠ ଉତ୍ସବ କବି ବନଶ୍ରୀ ଦାଶ ଓ ରମାକାନ୍ତ ସିଂ ସାହାଣିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଥିଲା। କବିତା ଆସରରେ ଦୀପ୍ତି ମୁଣ୍ଡ, ସଂଯୁକ୍ତା ପାଢ଼ୀ, ସଞ୍ଜିତା ପ୍ରଧାନ ମଞ୍ଚାଶିନ ରହିଥିଲେ। ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ଉପଦେଷ୍ଟା ରାକେଶ ଶତପଥି, ମୁଖ୍ୟ ସଂପାଦକ ତପନ କୁମାର ସାହୁ, ସହ ସମ୍ପାଦକ କାହ୍ନୁ ଚରଣ ସାହୁ, ବିଶ୍ଵନାଥ ସାହୁ, ଶରତ, ଦୀପକ, ଡୁଲେଶ୍ୱର, ଯେମନ୍ତ, କରୁଣା, ଚନ୍ଦନ ଓ ଅନ୍ୟମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.