ପୁରୁଷୋତ୍ତମପୁର ପାଣି ପଞ୍ଚାୟତ ଅଫିସ ଆଗରେ ଫାଟିଛି ପାଣି ପାଇପ; ଫାଟି ନଷ୍ଟ ହେଉଛି ଟନ ଟନ ଲିଟର ପାଣି

ଓଡିଶା ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଜଳ ହିଁ ଜୀବନର ନାରା କେବଳ ପୋଷ୍ଟରରେ, ଜଳ ବହୁଳେ ସୃଷ୍ଟି ନାଶ ଜଳ ବିହୁନେ ସୃଷ୍ଟି ନାଶ। ସୃଷ୍ଟିରେ ୪ଭାଗରୁ ୩ଭାଗ ଜଳ ଏବଂ ଏକ ଭାଗ ସ୍ଥଳ ହୋଇ ଥାଏ। ଠିକ ସେହିପରି ମନୁଷ୍ୟକୁ ବଞ୍ଚିବା ପାଇଁ ଖାଦ୍ୟ, ବସ୍ତ୍ର,ଏବଂ ଵାସଗୁହ ଦରକାର ହୋଇଥାଏ, ତତ ସଙ୍ଗେ ସଙ୍ଗେ ପାନୀୟ ଜଳର ମଧ୍ୟ ଆବଶ୍ୟକତା ରହି ଆସିଛି।କିନ୍ତୁ ଦୁଃଖର ବିଷୟ ପୁରୁଷୋତ୍ତମପୁର ସହରରେ ବିଭିନ୍ନ ସ୍ଥାନରେ ସରକାରଙ୍କ ଦ୍ଵାରା “ଜଳ ହିଁ ଜୀବନ” ସୁନ୍ଦର ସୁନ୍ଦର ବଡ ବଡ଼ ବୋର୍ଡ ଦେଖିବାକୁ ମିଳୁଛି କିନ୍ତୁ ପ୍ରକୃତରେ ଜଳର ସୁରକ୍ଷା ପାଇଁ ସରକାରୀ କାର୍ମଚାରୀ ମାନଙ୍କ ଦାଇତ୍ୱ ହୀନତା ଯୋଗୁ ପାଣି ଅଯଥାରେ ନଷ୍ଟ ହେଉଛି, ପାଣି ପାଇପ ନଷ୍ଟ ହୋଇ ନାଳ ପାଣି ସପ୍ଲାଇ ପାଇପରେ ମିଶିଵା ଦ୍ଵାରା ଲୋକମାନେ ଦୂଷିତ ପାଣି ପିଉଛନ୍ତି ଏବଂ ସହରର ବିଭିନ୍ନ ସାହିରେ ଶସ୍ତା ପାଇପ ଏବଂ ଟେପ ଗୁଡାକ ଲାଗିଥିବା ଯୋଗୁ ଟେପ ଏବଂ ପାଇପ ଗୁଡିକ ନଷ୍ଟ ହୋଇ ଭାଙ୍ଗିଥିବା ଦେଖୁବାକୁ ମିଳୁଛି। ଫଳରେ ପାଇପ ଫାଟି ରୋଡ଼ରେ ପାଣି ପ୍ରବାହିତ ହୋଇ ରୋଡ଼ ଗୁଡାକ ଖାଲ ଖମା ହେବା ଦ୍ଵାରା ନିରୀହ ଲୋକମନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏପଟେ ଲୋକମାନେ ବହୁତ ପାଣି ଖର୍ଚ୍ଚ କରୁଛନ୍ତି ବୋଲି ଉପଭୋକ୍ତାଙ୍କ ପାଇପରେ ପେ ମୋଟର ଲାଗୁଛି। ଏବଂ ପାଣିର ଖର୍ଚ୍ଚ ଅନୁସାରେ ଅର୍ଥ ଅଫିସିରେ ବାନ୍ଧିବାକୁ ପଡୁଛି। କିନ୍ତୁ ଏପଟେ ବିଭାଗୀୟଅଧିକାରୀ ଓ କର୍ମଚାରୀଙ୍କ ବେପରୁଆ ମନୋ ଭାବନା ଯୋଗୁଁ ରାସ୍ତାରେ ପାଣି ଭାସୁଛି। ଏହି ବିଷୟରେ ପି.ଏଚ.ଡ଼ି ଏ. ଇ. ଇ ହିମାଂଶୁ ପାତ୍ରଙ୍କୁ ପଚାରିବାରୁ ସେ ପ୍ରତିଶୃତି ଦେଇଛନ୍ତି ତୁରନ୍ତ ଏହାର ସମାଧାନ କରିବେ। ଅନ୍ୟପକ୍ଷରେ ଯଦି ଏହାର ସମାଧାନ ୭ଦିନ ମଧ୍ୟରେ ନ ହୁଏ ତେବେ ଜନ ସାଧାରଣ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.