ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ; ଏଲଇଡ଼ି ଟିଭି, ଭକ୍ତିସଙ୍ଗୀତ ଓ ଘୁମୁରା ନୃତ୍ୟ ରେ ସୃଷ୍ଟି ହେଲା ଆଧ୍ୟାତ୍ମିକ ପରିବେଶ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ମହୋତ୍ସବ ପ୍ରତିଟି ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ଦର୍ଶନର ଦିବ୍ୟ ଅନୁଭୂତି ପ୍ରଦାନ କରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ପଞ୍ଚାୟତରୁ ଲୋକଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବକୁ ଦେଖିବା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରି ପୁରୀ ପଠାଯାଇଛି। ଯେଉଁମାନେ ପୁରୀ ଯାଇ ଏହି ଉତ୍ସବରେ ସାମିଲ ହୋଇ ପାରି ନାହାଁନ୍ତି ସେମାନଙ୍କ ପାଇଁ ପ୍ରତି ପଞ୍ଚାୟତ, ବ୍ଳକ କାର୍ଯ୍ୟାଳୟ ଓ ବିଭିନ୍ନ ମନ୍ଦିର ପରିସରରେ ଭିଡିଓ ପ୍ରଦର୍ଶନୀ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କ୍ରମରେ କୋକସରା ବ୍ଲକ କାର୍ଯ୍ୟାଳୟ ସମେତ ବିଭିନ୍ନ ପଞ୍ଚାୟତରେ ଏଲଇଡି ଭିଡିଓ ମାଧ୍ୟମରେ ଲୋକେ ଶ୍ରୀମନ୍ଦିର ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଦେଖିଛନ୍ତି। ସୁବୁଠି ହୁଲହୁଳି ସହ ସୁଭିଛି ଜୟ ଜଗନ୍ନାଥ ଧ୍ବନି, ସୃଷ୍ଟି ହେଇଥିଲା ଆଧ୍ୟାତ୍ମିକ ପରିବେଶ। ଆଜି କୋକସରା ବ୍ଲକ କାର୍ଯ୍ୟାଳୟ ଠାରେ ଏଲଇଡି ମାଧ୍ୟମରେ ପ୍ରତକ୍ଷ୍ୟଦର୍ଶୀ ଧାରାବିବରଣୀ ଦେଖିବାର ବ୍ୟବସ୍ଥା ସାଙ୍ଗକୁ, କାସିବାହାଲ ଘୁମୁରା ଦଳ ଓ ସିଂଘମ ଡାନ୍ସ ଗ୍ରୁପ କଟକ ତରଫରୁ ଭକ୍ତିଭରା ଭଜନ ନୃତ୍ୟ ପରିବେଷଣ ହୋଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

Udyog Nursery
Udyogi Nursery

ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ସ୍ନେହପ୍ରଭା ମାଝୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରା, ଭାରପ୍ରାପ୍ତ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିରଞ୍ଚି ଖର୍ସେଲ ଓ ଅନ୍ୟାନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମର ସୁବ୍ୟବସ୍ଥା କରିଥିଲେ। କୋକସରା ବ୍ଲକର ସମସ୍ତ ପଞ୍ଚାୟତର ଏମବିକକେ, ସିଆରପି, ମିଶନ ଶକ୍ତି ମହିଳା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.