ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲରେ ଭାଷା ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲରେ ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ବମ୍ବର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବରେ ଯୁବ ଉଦ୍ୟୋକ୍ତା ବିମଲ କୁମାର କେଡିଆ, ସମାଜସେବୀ ତଥା ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ହମେଶ କୁମାର ଜୈନ, ବିଦ୍ୟାଳୟର ଆଳୁମିନି ଛାତ୍ର ମୁକେଶ ଅଗ୍ରୱାଲ ପ୍ରମୁଖ ଯୋଗଦାନ କରି ଆମ ଭାଷା, ସାହିତ୍ୟ ଓ ସୃଜନଶୀଳତା ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପୁରାତନ ଛାତ୍ର, ବିଦ୍ୟାଳୟର ଅଭିଭାବିକା, ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ। କୌଶଳୀ କ୍ଲବ, ଜିଜ୍ଞ୍ୟାସା କ୍ଲବ, ସାହିତ୍ୟ ସୃଜନୀ କ୍ଲବ,କ୍ରୀଡ଼ାଙ୍ଗନ କ୍ଲବ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର କର୍ମଚାରୀ ଚକ୍ରଧର ସା ମଞ୍ଚ ପରିଚଳନା କରିଥିଲେ। ଶିକ୍ଷକ ବିବେକାନନ୍ଦ ଠାକୁର, ସୁବାସ ଚନ୍ଦ୍ର ବରାଡ ବିଚାରକ ଭାବରେ ପ୍ରତିଯୋଗୀଙ୍କ ମୂଲ୍ୟାୟନ କରିଥିଲେ। ଶାରିରୀକ ଶିକ୍ଷକ ନାରାୟଣ ନାଏକ, କଂହେଇ ଗଉଡ, ପ୍ରେମାନନ୍ଦ ନାଏକ, ଟୁକୁ ନାଏକଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଦ୍ୟାଳୟର କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏଥିର ମଧ୍ଯ କୃତି ଛାତ୍ରଛତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.