ଆଦିବାସୀଙ୍କ ନିଆରା ପର୍ବ ମାଟି ମା’ଙ୍କ ଧରଣୀ ଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଛିଲପାମାଲ ଗ୍ରାମରେ ଆଦିବାସୀଙ୍କ କୃଷି ଭିତ୍ତିକ ତଥା ବିଶ୍ବାସର ପର୍ବ ମାଟି ମା’ଙ୍କ ଧରଣୀ ଯାତ୍ରା ତଥା ଟୋକି ପର୍ବ ରବିବାର ପାଳିତ ହୋଇଛି। ଡିସେମ୍ବର ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ପର୍ବରେ ଜାନି ଓ ପୁଝାରୀଙ୍କ ଦ୍ବାରା ଗାଁ ମଝିରେ ଥିବା ମାଟି ଘରେ ମାସେ କାଳ ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା। ଶନିବାର ସନ୍ଧ୍ୟାରେ କଦଳୀ ଘରା ମସ୍ତକ ମୁଣ୍ଡନ ହୋଇଥିବାବେଳେ ରାତି ୩ଟା ସମୟରେ ମାଟି ଘରେ ମୁଣ୍ଡା ଖୁଣ୍ଟ ସ୍ଥାପନ ଓ ଭୋର ୪ଟା ସମୟରେ ଧରଣୀ ଖୁଣ୍ଟ ସ୍ଥାପନ ହୋଇଥିଲା। ରବିବାର ଅପରାହ୍ନ ୧୧ଟାରେ ଯୋଗପେନ୍ ଓ ଲିଙ୍ଗଲାଠିକୁ ମାଟି ଘରୁ ଧରଣୀଗୁଡିକୁ ନିଆଯାଇ ଥିଲା। ଏହାପରେ ମାଟି ଘର ନିକଟରୁ ନିର୍ଦ୍ଧାରିତ ତିଥି ଲଗ୍ନ ଅନୁସାରେ ଆଦିବାସୀ କନ୍ଧ, ପରଜା, ଜାନି ପୂଜକ ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପ୍ରଥମେ ଲକ୍ଷ୍ମଣ ପୁଝାରୀଙ୍କ ଘରୁ ବଳୀ ନିମନ୍ତେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଏକ ପୋଡ଼କୁ ପୂଜାର୍ଚ୍ଚନା ପରେ ଅଗାଦୁ ପୁଝାରୀ ଓ ଗୌନ୍ତିଆ ବଲଭଦ୍ର ପଣ୍ଡାଙ୍କ ଘରକୁ ନିଆଯାଇ ପୂଜାର୍ଚ୍ଚନା କରିଥିଲେ। ପରେ ଗାଁଠାରୁ ୩କିମି. ଦୂରରେ ଥିବା ଧାରଣୀ ପିଠକୁ ପାରମ୍ପରିକ ବଜା ବଜାଇ ଅସ୍ତ୍ରଶସ୍ତ୍ର ସହ ଶୋଭାଯାତ୍ରାରେ ପୋଢକୁ ନିଆଯାଇ ସେଠାରେ ବଳୀ ଦିଆଯାଇ ଥିଲା। ତେବେ ସମୟାନୁଃକ୍ରମେ ଆଦିବାସୀଙ୍କ ଏହି ପରମ୍ପରାରେ କିଛିଟା ପରିବର୍ତ୍ତନ ହୋଇଛି ସତ ତଥାପି, ଏହି ପ୍ରାଚୀନ ପରମ୍ପରା ଆଜିବି ବଞ୍ଚି ରହିଥିବାବେଳେ ଆଦିବାସୀଙ୍କ କୃଷି ଓ ପରମ୍ପରା ସହିତ ଏହି ପର୍ବର ବେଶ୍ ସାମଞ୍ଜସ୍ୟ ରହିଛି। ଜାନି ଅଗ୍ନି ମାଝୀ ଓ ରାମେଶ୍ବର ମୁଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ପୁଝାରୀ ରାଜ ମୋହନ ପୁଝାରୀ ଏବଂ ଲକ୍ଷ୍ମଣ ପୁଝାରୀ, କମିଟିର ସଭାପତି ରାଧାକାନ୍ତ ହଂସ, ସମ୍ପାଦକ ସୁଜିତ୍ ଚିନ୍ଦା, କୋଷାଧ୍ୟକ୍ଷ ବଳଦେବ ଭୋଇ, ଉପ ସଭାପତି ରୁପାଞ୍ଚଲ ପୁଞ୍ଜି, ଶ୍ରୀଧର ମାଝୀ, ପ୍ରବିର ପଣ୍ଡା, ପ୍ରଦୀପ କଟା, ଡମ୍ବରୁଧର ବାଗ, ସୁରେଶ ନାଗ, ପଙ୍କଜ ଠାକୁର, ଅନୁପ ପଣ୍ଡା, ଡମ୍ବରୁଧର ପୁଞ୍ଜି ସମେତ ଗ୍ରାମବାସୀ ମାନେ ପରିଚାଳନାରେ ସହଯାଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.