ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଭୁବନେଶ୍ୱର ଠାରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପରିସରରେ ବ୍ଲକ ପ୍ରଶାସନ ତରଫରୁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଡିଓ ପଦ୍ମନାଭ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ମୁଖ୍ୟ ଅତିଥି ଓ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲ। ମଞ୍ଚରେ ଏଲ୍ଇଡି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନର ସିଧା ପ୍ରସାରଣ କରାଯାଇଥିଲା। ଏହି ଅବସରରେ କବି କେଶରୀ ଶବର, ଦିଲ୍ଲିପ ପ୍ରଧାନ ଏବଂ ଘୁମୁରା କଳାକାର କମ୍ବୁପାଣୀ ବାଗଙ୍କୁ ଉପଢୌକନ ଓ ମାନପତ୍ର ସହିତ ସମ୍ମାନୀତ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଆ ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଏବିଡିଓ ସିଦ୍ଧେଶ୍ୱର ମେହେର, ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅନନ୍ତ ଚରଣ ମହାଳିକ ଙ୍କ ସମେତ ବିଭିନ୍ନ ପଞ୍ଚାୟତ ମିଶନ ଶକ୍ତି ବିଭାଗର ଏମବିକେ, ସିଆରପି ପ୍ରମୁଖ ଯୋଗଦାନ କରିଥିଲେ। କେସିଙ୍ଗା ବ୍ଲକ ସ୍ତରୀୟ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମକୁ ପରିଚାଳନାରେ ବିଏସ୍ଏସ୍ଓ ରାକେଶ ବୁଦ ଓ କିରାଣୀ ଶ୍ରୀମନ୍ତ ବଡ଼ପଣ୍ଡା, ପ୍ରତିମା ସାହୁ ପ୍ରମୁଖ ସହଯୋଗ କରିଥିଲେ।