ଏମସିସି କପ ଉଦଯାପିତ: ପତୋରାକୁ ହରାଇ ଝିଲମିଲା ଚମ୍ପିୟାନ 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଧରମବନ୍ଧା ହାଇସ୍କୁଲ ଖେଳ ପଡିଆ ଠାରେ 16ତମ ଏମ. ସି. ସି ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି | ମାଷ୍ଟର କ୍ରିକେଟ କ୍ଳବ ( ଏମ. ସି. ସି ) କପର ସଭାପତି ଅଶୋକ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ନୂଆପଡା ଜିଲ୍ଲା ବିଜେଡି ସହ ସମ୍ପାଦକ କମଲ ସିଂ ଠାକୁର, ଉପଦେଷ୍ଟା ମହେଶ ସାହୁ, ପୂର୍ବତନ ଧରମବନ୍ଧା ପଂଚାୟତ ସଭା ଧରମ ଚନ୍ଦ ଜୈନ, ସଭାପତି ଧରମବନ୍ଧା ପଂଚାୟତ ନରେନ୍ଦ୍ର ସାହୁ, ପଂଚାୟତ କୋଷାଧକ୍ଷ ଜୟରାମ ସାହୁ ଓ ବିଜୁ ପରିବାର ଉପସ୍ଥିତ ରହି ମଂଚାସୀନ ଥିଲେ | ତେବେ ଏହି ଟୁର୍ନାମେଣ୍ଟର ବିଜେତା ଦଳ ଝିଲମିଲାକୁ ନଗଦ 14001 ଟଙ୍କା ଓ ଟ୍ରଫି ଏବଂ ଉପ ବିଜେତା ଦଳ ପତୋରାକୁ ନଗଦ 8001ଟଙ୍କା ଓ ଟ୍ରଫି ପୁରସ୍କୃତ ରାଶି ଭାବେ ପ୍ରଦାନ କରାଯାଇଥିଲା | ତେବେ ଉପ ବିଜେତା ଦଳର ନଗଦ ରାଶି ଧରମବନ୍ଧା ସମିତି ସଭ୍ୟା ନଳିନୀ ମାଝୀ ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା | ତେବେ ଏହି ଟୁର୍ନାମେଣ୍ଟରେ ଅଂଚଳ ଆଖପାଖର ସର୍ବମୋଟ 32 ଟି ଦଳ ଅଂଶ ଗ୍ରହଣ କରିଥିଲେ | ଟୁର୍ନାମେଣ୍ଟରେ ସଦାନନ୍ଦ ମାଝୀ, ଗୋଲୁ ଖାନ, ହର୍ଷ ମାଝୀ, କିଶୋର କେଉଟ, ରିଙ୍କୁ ସାହୁ, ଅଙ୍କିତ ଜୈନ, ଦୀପକ ସାହୁ ପ୍ରମୁଖ ଉପସ୍ଥିତ ରହି ବିଶେଷ ଭାବେ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.