ଦିଲ୍ଳୀ ଗଣତନ୍ତ୍ର ଦିବସ ପ୍ୟାରେଡରେ ରାୟଗଡାର ଏନସିସି କ୍ୟାଡେଟ୍ ସ୍ୱାଗତିକା : ରାୟଗଡା ମହିଳା ମହାବିଦ୍ୟାଳୟ ପକ୍ଷରୁ ଦିଆଗଲା ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଦିଲ୍ଳୀ ଠାରେ ଅନୁଷ୍ଠିତ ଚଳିତ ବର୍ଷର ୭୫ତମ ଗଣତନ୍ତ୍ର ଦିବସରେ ଅନୁଷ୍ଠିତ ପ୍ୟାରେଡରେ ଅଂଶଗ୍ରହଣ କରି ରାୟଗଡା ଫେରିଛନ୍ତି ରାୟଗଡା ମହିଳା ମହାବିଦ୍ୟାଳୟର ଏନସିସି କ୍ୟାଡେଟ୍ ସ୍ବାଗତିକା ମଲ୍ଳିକ । ଓଡିଶାରୁ ପ୍ରତିନିଧିତ୍ୱ କରି ରାଜ୍ୟ ସମେତ ରାୟଗଡା ଜିଲ୍ଳାର ସୁନାମ ଆଣିଥିବାରୁ ମହିଳା ମହାବିଦ୍ୟାଳୟ ପକ୍ଷରୁ ସୋମବାର ଅପରାହ୍ନରେ ସ୍ବାଗତିକା ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଅବସରରେ ମହିଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ.ଅର୍ଚ୍ଚନା ପଟ୍ଟନାୟକ, ଅଧ୍ୟାପିକା ଶ୍ରୀମତି ଭାରତୀ ଚୈାଧୁରୀ, ଶ୍ରୀମତି ସରୋଜା ମିଶ୍ର, ଫାରାହ ନାଜ୍‌, ଦ୍ୱିତୀୟ ଓଡିଶା ଏନସିସି ବାଟାଲିୟନ କମାଣ୍ଡି ଅଧିକାରୀ ଶ୍ରୀ ବିନୋଦ, ମହାବିଦ୍ୟାଳୟର ଏନସିସି ଅଧିକାରୀ କ୍ୟାପଟେନ୍ ଶ୍ରୀମତି ରୀତାରାଣୀ ମିଶ୍ରଙ୍କ ସମେତ ଏନସିସି କ୍ୟାଡେଟ୍ ସ୍ବାଗତିକା ପିତା ଶତ୍ରୁଘ୍ନ ଏବଂ ମାତା କବିତା ମଲ୍ଳିକ ମଂଚାସୀନ ହୋଇଥିଲେ । ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ.ପଟ୍ଟନାୟକ ଫୁଲମାଳ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତିକାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

କ୍ୟାପେଟନ୍ ରୀତାରାଣୀ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ସମସ୍ତେ ସ୍ବାଗତିକା ଏଭଳି ସଫଳତାକୁ ନେଇ ବେଶ ପ୍ରଶଂସା କରିବା ସହ ଜୁନିୟର ଏନସିସି କ୍ୟାଡେଟମାନଙ୍କୁ ସ୍ବାଗତିକା ଭଳି କଠିନ ପରିଶ୍ରମ କରି ଦିଲ୍ଳୀ ଠାରେ ଅନୁଷ୍ଠିତ ହେଉଥିବା ପ୍ୟାରେଡରେ ଅଂଶଗ୍ରହଣ କରି ନିଜର ଓ ନିଜ ଜିଲ୍ଳା, ରାଜ୍ୟ ଓ ଦେଶର ନାମକୁ ଗୈାରବାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଦୀର୍ଘ ୨ମାସର କଠିନ ପରିଶ୍ରମ ପରେ ଏନସିସି କ୍ୟାଡେଟ୍ ସ୍ବାଗତିକା ଭୁବନେଶ୍ୱର ଓ ଦିଲ୍ଳୀ ଠାରେ ଆୟୋଜିତ ଆରଡିସି ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଇ ଶେଷରେ ଦିଲ୍ଳୀର କର୍ତବ୍ୟ ପଥ ଠାରେ ଅନୁଷ୍ଠିତ ହୋଇଥିବା ୭୫ତମ ଗଣତନ୍ତ୍ର ଦିବସ ପ୍ୟାରେଡରେ ଭାଗ ନେଇ ପାରିଥିଲେ ।

ଦିଲ୍ଳୀ ଗଣତନ୍ତ୍ର ଦିବସ ପ୍ୟାରେଡରେ ଭାଗ ନେବାର ଅନୁଭୂତିକୁ ପ୍ରକାଶ କରିବା ସହ ମୁଁ କରି ଦେଖାଇ ପାରିବି ଭଳି ସଂକଳ୍ପ ନେଇ ଯେ କୈାଣସି କାମ କଲେ ତାହିଁରେ ନିଶ୍ଚିତ ସଫଳତା ମିଳିବ ବୋଲି ସ୍ବାଗତିକା ପ୍ରକାଶ କରିଛନ୍ତି । ନିଜ ଝିଅର ଏହି ସଫଳତାକୁ ନେଇ ପିତା ଶ୍ରୀ ମଲ୍ଳିକ ବେଶ୍ ଖୁସି ଥିବା ବେଳେ ଜୁନିୟର ମାନେ ମଧ୍ୟ ଆଗାମୀ ବର୍ଷରେ ଏଭଳି ସଫଳତା ପାଇବାକୁ ଚେଷ୍ଠା କରନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଂରାଜୀ ବିଭାଗର ଅଧ୍ୟାପିକାଙ୍କ ସମେତ ଏନସିସି କ୍ୟାଡେଟ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.