ତାଡମା ଗ୍ରାମ ପଂଚାୟତର ୩ଟି ଗ୍ରାମକୁ ନାହିଁ ରାସ୍ତା: ପାଦୁକାପାଡୁରୁ ହିର୍ସାମୁହିଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ୧୫ କିଲୋମିଟର ରାସ୍ତା ପରିବର୍ତେ ୫୦କିଲୋମିଟର ଦୂର ରାସ୍ତା ଅତିକ୍ରମ କରି ରାୟଗଡା ଜିଲ୍ଳା ସଦର ମହକୁମାକୁ ଯିବାକୁ ପଡୁଛି । ଫଳରେ ସମୟ ନଷ୍ଟ ହେବା ସହ ଗାଡି ଭଡା ଦେଇ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ବର୍ଷ ବର୍ଷ ଧରି ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ପାଖେ ଦାବି କରି ଆସୁଥିଲେ ମଧ୍ୟ କୈାଣସି ସୁଫଳ ମିଳୁ ନ ଥିବାରୁ ନୂତନ ଜିଲ୍ଳାପାଳ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାର ଆଶା ନେଇ ଅଭିଯୋଗ ଶୁଣାଣୀରେ ଜିଲ୍ଳାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ଗ୍ରାମବାସୀ । ରାୟଗଡା ଜିଲ୍ଳା ସଦର ବ୍ଳକ ତାଡମା ଗ୍ରାମ ପଂଚାୟତର ଦୁଗର୍ମ ଅଂଚଳର ହୁଲକି,ଉଜାଗୁଡା ଓ ପାଦକାପାଡୁ ଗ୍ରାମ । ସ୍ୱାଧୀନତାର ୭୬ବର୍ଷ ବିତିଯାଇଥିଲେ ମଧ୍ୟ ଏହି ତିନୋଟି ଗ୍ରାମର ୫୦୦ରୁ ଉର୍ଦ୍ଧ ଗ୍ରାମବାସୀଙ୍କୁ ପକ୍କା ରାସ୍ତା ଉପରେ ଚାଲିବାର ମୈାଳିକ ଅଧିକାର ଏଯାଏଁ ମିଳିପାରିନାହିଁ । ରାୟଗଡା ଜିଲ୍ଳା ସଦର ମହକୁମାକୁ ଆସିବାକୁ ହେଲେ କୋରାପୁଟ ଜିଲ୍ଳାର ବନ୍ଧୁଗାଁ ବ୍ଳକର ସୋଡାବାଡି ଗ୍ରାମରୁ ମୁଖ୍ୟ ରାସ୍ତା ଦେଇ ରାୟଗଡା ଜିଲ୍ଳାର ଫୁଲକଣା ଛକ ହୋଇ ରାୟଗଡା ସହରକୁ ଯାତାୟାତ କରିବାକୁ ପଡିଥାଏ ଗ୍ରାମବାସୀଙ୍କୁ । ଯାହାକି ଦୀର୍ଘ ୫୦କିଲୋମଟିର ପଡିଥାଏ । ତେବେ ଦୁର୍ଗମ ପାହାଡିଆ ଅଂଚଳରେ ରହୁଥିବା ଏହି ତିନୋଟି ଗ୍ରାମକୁ ପକ୍କା ସଡକଟିଏ ନ ଥିବାରୁ ନାଳ,ଖାଲଢିପ,ପାହାଡିଆ ପାଦ ଚଲା ରାସ୍ତା ଏମାନଙ୍କ ଦୈନନ୍ଦିନ ରାସ୍ତା ପାଲଟିଯାଇଛି । ପାଦକାପାଡୁ ଗ୍ରାମରୁ ହିର୍ସାମୁହିଁ ପର୍ଯ୍ୟନ୍ତ ଯଦି ରାସ୍ତାଟିଏ ନିର୍ମାଣ କରାଯାଏ ତାହା ହେଲେ ରାୟଗଡା ସହରକୁ ମାତ୍ର ୧୫କିଲୋମିଟର ହେବ ବୋଲି ଗ୍ରାମବାସୀ କହିଛନ୍ତି । ବର୍ତମାନ ପକ୍କା ରାସ୍ତାଟିଏ ନ ଥିବାରୁ ଆମ୍ବୁଲାନ୍ସ ସେବାରୁ ବଂଚିତ ଏହି ଗ୍ରାମବାସୀମାନେ ଅନେକ ସମୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ନ ପାଇ ମୃତ୍ୟୁ ମୁଖରେ ପଡିଥାନ୍ତି । ଗର୍ଭବତୀ ମହିଳା ଏବଂ ରୋଗୀଙ୍କୁ ନେବା ଆଣିବାରେ ଭାର ହିଁ ଏକମାତ୍ର ବିକଳ୍ପ । ଯାହାକୁ ନେଇ ଗ୍ରାମବାସୀମାନେ ପଂଚାୟତ ଠାରୁ ଆରମ୍ଭ କରି ଜିଲ୍ଳା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ତଥା ବିଧାୟକ,ମନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ପୂର୍ବବସ୍ଥାରେ କୈାଣସି ପରିବର୍ତନ ହୋଇନାହିଁ । ପ୍ରଶାସନ ଉପରେ ଆଜି ବି ନିର୍ଭର କରି ଗାଁକୁ ପକ୍କା ରାସ୍ତାଟିଏ ନିର୍ମାଣ ପାଇଁ ମନରେ ଆଶା ବାନ୍ଧି ରହିଛନ୍ତି ଏହି ତିନୋଟି ଗ୍ରାମବାସୀ । ତାଡମା ଗ୍ରାମ ପଂଚାୟତର ଏହି ଦୁର୍ଗମ ଅଂଚଳ ହୁଲକି,ଉଜାଗୁଡା ଓ ପାଦକାପାଡୁ ଗ୍ରାମରୁ ହିର୍ସାମୁହିଁ ଗ୍ରାମ ଯାଏଁ ମନରେଗା ଯୋଜାନରେ ରାସ୍ତା ନିର୍ମାଣ ହୋଇଥିଲେ ହେଁ ତାହା ଯାତାୟାତ ଉପଯୋଗୀ ନ ଥିବା ବେଳେ ଆଗକୁ ବର୍ଷା ଦିନ ଥିବାରୁ ଏବେଠାରୁ ଲୋକେ ବିଚ୍ଛିନ୍ନାଚଂଳର ଭୟକୁ ମନରେ ସଂଚାରି ସାରିଲେଣି । ତାଡମା ଗ୍ରାମ ପଂଚାୟତ ସରପଂଚ ଓ ସମିତି ସଭ୍ୟଙ୍କ ନେତୃତ୍ୱରେ ଆଜି ତାଡମା ସମେତ ଉକ୍ତ ତିନୋଟି ଗ୍ରାମର ଗ୍ରାମବାସୀମାନେ ଜିଲ୍ଳାପାଳଙ୍କ ଅଭିଯୋଗ ଶୁଣାଣୀକୁ ଆସି ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.