ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରାକ୍ଟର, ମା’ ମୃତ ପୁଅ ଆହତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ବ୍ରହ୍ମପୁର ଅଞ୍ଚଳର ସଞ୍ଜୟ ଦାସ (୨୫) ନିଜ ମାଆ କସ୍ତୁରୀ ଦାସ (୪୫)ଙ୍କୁ ଧରି ସ୍କୁଟିରେ କୌଣସି ଏକ କାର୍ଯ୍ୟରେ ଆସି ପୁରୁଷୋତ୍ତମପୁର ଠାରୁ ବ୍ରହ୍ମପୁରକୁ ଅପରାହ୍ନରେ ଫେରୁ ଥିଲାବେଳେ କେଶପୁର ନିକଟ ପେଟ୍ରୋଲ ପମ୍ପ ପାଖରେ ଏକ ଟ୍ରାକ୍ଟର ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା ଫଳରେ ମାଆ ଓ ପୁଅ ଉଭୟେ ରାସ୍ତାରେ ଛିଟିକି ପଡ଼ିଥିଲେ | ସଙ୍ଗେ ସଙ୍ଗେ ଫାୟାର ଗାଡ଼ି ସେମାନଙ୍କୁ ଭାଟ କୁମରଡ଼ା ମେଡିକାଲକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ | ଟ୍ରାକ୍ଟରଟି ସ୍କୁଟିକୁ ପଛ ପଟୁ ଧକ୍କା ଦେଇଥିବାରୁ ପଛରେ ବସିଥିବା କସ୍ତୁରୀ ଦାସ ଗୁରୁତର ଆହାତ ହୋଇଥିଲେ ।  ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ପୋଲିସ ସେକେଣ୍ଡ ଅଫିସର ଦେବାଶିଷ ପାତ୍ର ଏବଂ ଷ୍ଟାଫ ପହଞ୍ଚି ମୃତକଙ୍କୁ ପୋଷ୍ଟ ମଟମ ପାଇଁ ବ୍ରହ୍ମପୁର ପଠାଇ ଥିଲେ | ଏବଂ ସ୍କୁଟିଗାଡ଼ି ନଂ 0D07-W–6926ସହ ଟ୍ରାକ୍ଟରଗାଡ଼ି ନଂ0D07-N-8036 କୁ ଜବତ କରି ଥାନାରେ ରଖି ଅଧିକ ତଦନ୍ତ କରୁଥିବା ଜଣାପଡିଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.