ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଶାନ୍ତପୁର ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ । ଏଥିରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କର ଜନହିତକର ଯୋଜନା ଗୁଡିକ ଉପରେ ଜନସଚେତନତା ସୃଷ୍ଟି କରାଯାଇଥିଲା । ଗ୍ରାମ ପଞ୍ଚାୟତ ସ୍ତରରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କର ବିକାଶ ମୂଳକ କାର୍ଯ୍ୟକ୍ରମକୁ ନେଇ ଅନୁଷ୍ଠିତ ହେଉଛି ଗ୍ରାମ ପଞ୍ଚାୟତ ସ୍ତରୀୟ “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ । ଆଜି ମଙ୍ଗଳବାର ୬/୨ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଶାନ୍ତପୁର ଗ୍ରାମ ପଞ୍ଚାୟତରେ ଏହା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମ ପଞ୍ଚାୟତ ଅଞ୍ଚଳର ସମସ୍ତ ସ୍କୁଲ, ଯୁବକ ସଂଘ, କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ଅଙ୍ଗନୱାଡି, ଆଶା କର୍ମୀ ସମସ୍ତଙ୍କୁ ସମ୍ପୃକ୍ତି କରାଯାଇ ଅନୁଷ୍ଠିତ ହୋଇଛି “ଆମ ଓଡିଶା ନବୀନ ଓଡିଶା” ସଚେତନ କାର୍ଯ୍ୟକ୍ରମ ।
ଶାନ୍ତପୁର ସରପଞ୍ଚ ଦାୟୀତ୍ୱରେ ରହିଥିବା ନାଏବ ସରପଞ୍ଚ ଗିରିଧାରୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଯୋଗଦାନ କରି ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ଉପରେ ମାର୍ଗଦର୍ଶନ ଦେଇ ଜନସଚେତନତା ସୃଷ୍ଟି କରିଥିଲେ । ସମ୍ମାନୀତ ଅତିଥି ଭାବରେ ବ୍ଲକ ଉପାଧକ୍ଷ ଉପାଧ୍ୟକ୍ଷ ଦୁର୍ଗାପ୍ରାସାଦ ମହାନ୍ତି, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର, ଘଣ୍ଟମାଳ ସମିତି ସଦସ୍ୟା ଆବନ୍ତିକା ଦଳେଇ, ପୂର୍ବତନ ସରପଞ୍ଚ ଲୋକନାଥ ସା, ଟିକେଧର ସାହୁ, ରେତ ୟୁନିଅନର ସଭାପତି ବ୍ରଜ କୁମାର ମଞ୍ଚାସିନ ରହି ମାର୍ଗଦର୍ଶନ ଦେଇଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ଜୀତେନ୍ଦ୍ର ଯୋଷୀଙ୍କ ସ୍ଵାଗତ ଭାଷଣ ପରେ ରାଧାକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ପ୍ରଦାନ କରିଥିଲେ।
ଅତିଥି ବୃନ୍ଦ ରାଜ୍ୟ ସରକାରଙ୍କ ଜନନୀ ସୁରକ୍ଷା ଯୋଜନାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା, ଜଗନ୍ନାଥ ସଂସ୍କୃତିରୁ ଆରମ୍ଭ କରି କୃଷି କ୍ଷେତ୍ରରେ ବିକାଶ, ବିଜୁ ସ୍ଵାସ୍ଥ୍ୟ କାର୍ଡ ଉପରେ କହିଥିଲେ । କାର୍ଯ୍ୟକ୍ରମରେ କୃଷି, ସ୍ୱାସ୍ଥ୍ୟ, ଉଦ୍ୟାନ, ଅଙ୍ଗନୱାଡି, ପ୍ରାଣୀ ସମ୍ପଦ ଏଭଳି ୯ ଗୋଟି ବିଭାଗର ଷ୍ଟଲ ଲାଗିଥିବା ବେଳେ ବିଭାଗୀୟ କର୍ମଚାରୀ କୃଷି ବିଭାଗ, ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀଙ୍କ ସମେତ, ଏସେଚଜି ଅନ୍ୟାନ୍ୟ କର୍ମଚାରୀ ଷ୍ଟଲ ମାଧ୍ୟମରେ ଜନସାଧାରଣଙ୍କୁ ସରକାରଙ୍କ ଯୋଜନା ଗୁଡିକ ବିଷୟରେ ଅବଗତ କରାଇ ଜନସଚେତନତା ସୃଷ୍ଟି କରିଥିଲେ । ଶାନ୍ତପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଯୋଷୀ କାର୍ଯ୍ୟକ୍ରମ ପରିଚଳନା କରିଥିଲେ। ପୁର୍ବତନ ସମିତି ସଦସ୍ୟ ଗୋବିନ୍ଦ ତାଣ୍ଡି ମଞ୍ଚ ପରିଚଳନା କରିଥିଲେ। ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଏଲଇଡି ମାଧ୍ୟମରେ ପ୍ରଦର୍ଶିତ କରଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ଅବନୀ ସାହୁ, ଯୋଗାଣ ସହାୟକ ଲଡ଼ୁ କିଶୋର ସାହୁ, ଜିଆରଏସ ନିରୁପମା ମାଝୀ, ଏମବିକେ, ସିଆରପି ପ୍ରମୁଖ କାର୍ଯ୍ୟକ୍ରମ ପରିଚଳନାରେ ସହଯୋଗ କରିଥିଲେ।