ପୁରୁଷୋତ୍ତମପୁର ଡ଼ାକ ଅଫିସରେ ଆଧାର କାର୍ଡ ସଂଶୋଧନ ୨ ମାସ ହେଲା ହୋଇଛି ବନ୍ଦ, ଜନ ସାଧାରଣ ହଟ ହଟା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଲୋକମାନଙ୍କୁ ଅତି କମ ସମୟ ରେ ଓ ଅଳ୍ପ ମୂଲ୍ୟରେ ନୂତନ ଆଧାର କାର୍ଡ ସଂଯୋଗୀ କରଣ, କିଛି ତ୍ରୁଟି ସଂଶୋଧନ, ଏବଂ ଆଧାର କାର୍ଡ ର ପ୍ରଦାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମିଳିତ ଆନୁ କୁଲ୍ୟରେ ରେ ପୋଷ୍ଟଅଫିସ ରେ ଆଧାର କାର୍ଡ ନୂତନ, ଓ ସଂଶୋଧନ କାର୍ଯ୍ୟକ୍ରମ ହୋଇ ଆସୁଥିଲା ଏହା ମଧ୍ୟ ପୁରୁଷୋତ୍ତମପୁର ଏନଏସିରେ ଥିବା ମୁଖ୍ୟ ଡ଼ାକ ଘର ଅଫିସି ପରିସରରେ ଏହା ଜଣେ ଅଭିଜ୍ଞ କମ୍ପୁଟର ଅପରେଟର ଙ୍କ ଦ୍ୱାରା ସପ୍ତାହକୁ ଗୋଟିଏ ଦିନ ମଙ୍ଗଳ ବାର ରେ ଚାଲି ଆସୁଥିଲା | ସହର ଓ ଗ୍ରାମାଞ୍ଚଳ ରେ କରୁଥିବା କିଛି ଘରୋଇ ବ୍ୟକ୍ତିଙ୍କ ଠାରୁ ଏହା ଅତିଶୀଘ୍ର ଓ ମାତ୍ର ଏକସହ ଟଙ୍କାରେ ସେବା ମିଳି ପାରୁ ଥିଲା | ଯାହାକି ଷ୍ଟେଟ ବ୍ୟାଙ୍କ ଠାରେ ଏହି କାମ କୁ 200 ସହ ଟଙ୍କା ନେଉଥିଲା ବେଳେ ଏହା ମାତ୍ର ତାର ଅଧା ଟଙ୍କା ରେ ହୋଇ ଯାଉଥିଲା | ଯାହାକି ସପ୍ତାହକୁ ଗୋଟିଏ ଦିନ ହେଲେ ମଧ୍ୟ ପ୍ରବଳ ଗହଳି ରେ ମଧ୍ୟ କାର୍ଯ୍ୟ ସରି ଯାଉଥିଲା | ତେବେ ଦୁଃଖ ଓ ପରିତାପର ବିଷୟ ଏହିକି ଦୀର୍ଘ ଦୁଈ ମାସ ରୁ ଅଧିକ ସମୟ ହେଲା ମିସିନ ଖରାପ ଯୋଗୁଁ ତାହା ବନ୍ଦ ହୋଇ ରହିଛି | ଏବଂ ଲୋକ ମାନେ ବହୁତ ହଇରାଣ ହେଉଥିବା ର ଖବର ଆମ ପାଖରେ ପହଞ୍ଚି ବାରୁ ଆମେ ଡ଼ାକ ବିଭାଗ ର ପୋଷ୍ଟ ମାଷ୍ଟର ସୁକାନ୍ତ ପଟନାୟକ ଙ୍କୁ ଏହି ବନ୍ଦ ବିଷୟ ଉପରେ ପଚାରିଥିଲୁ । ତାଙ୍କର ମତ ହେଲା ସେହି ମିସିନ କୁ ଆମେ ଏଠାରେ ରିପେରିଙ୍ଗ କଲୁ କିନ୍ତୁ ତାହା ଫଳପ୍ରଦ ନ ହେବାରୁ ତାକୁ ବ୍ରହ୍ମପୁର ମୁଖ୍ୟ ଡ଼ାକ ଅଫିସ କୁ ପଠାଇ ଦେଇଛୁ ସେଠାରୁ ତିଆରି କିମ୍ବା ନୂତନ ମିସିନ ଆସିଲେ ପୁଣି ପୁର୍ବ ଭଳି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି | ତେବେ ବନ୍ଦ ବିଷୟରେ ଯଦି ସେଠାରେ ଲେଖି ବୋର୍ଡ ମାରିଥାନ୍ତେ ତେବେ ଏଠାକୁ ଆସୁଥିବା ଜନସାଧାରଣ ବହୁତ ସମୟ ଅପେକ୍ଷା କରି କିଛି ଲୋକଙ୍କୁ ପଚାରିଲା ପରେ ମନ ଦୁଃଖ ରେ ଘର କୁ ଫେରୁଥାନ୍ତି | ପୂର୍ବରୁ ଲେଖି ଥିଲେ ତାହା ହୋଇ ନଥାନ୍ତା | ତେଣୁ ବ୍ରହ୍ମପୁର ମୁଖ୍ୟ ଡ଼ାକ ବିଭାଗ ଅଧିକାରୀ ଜେନେରାଲ ମେନେଜର ଏହାପ୍ରତି ତୁରନ୍ତ ଗୁରୁତ୍ୱ ଦେଇ ନୂତନ କିମ୍ବା ପୁରୁଣା କାର୍ଯ୍ୟକ୍ଷମ ଯନ୍ତ୍ର ପ୍ରଦାନ କଲେ ଏବଂ ସପ୍ତାହକୁ ଅନ୍ତତଃ ଦୁଈ ଦିନ କରିଲେ ଲୋକମାନେ ତୁରନ୍ତ ପୁର୍ବ ଭଳି ଉପକୃତ ହୋଇ ପାରିବେ ବୋଲି କହିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.