ରଜନା ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମରେ ଷ୍ଟଲ ଖାଲି

କୌଣସି ବିଭାଗୀୟ କର୍ତୃପକ୍ଷ ନଥିଲେ ସଚେତନତା କାର୍ଯ୍ୟକ୍ରମରେ

ଓଡ଼ିଆ ବାର୍ତ୍ତା/ ନୂଆପଡା (ରାହୁଲ ବାଗ): ନୂଆପଡା ଜିଲ୍ଲାରେ ବିଭିନ୍ନ ବ୍ଲକରେ ପଂଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଆ ସଚେତନତା କାର୍ଯ୍ୟକ୍ରମ ହେଉଛି | କୋମନା ବ୍ଲକ ରଜନା ପଂଚାୟତରେ ଏହି ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଥିଲା | ସରକାର ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ସଚେତନ କରାଇଵା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିନ୍ତୁ ଲୋକଙ୍କ ନିକଟକୁ ସରକାରୀ ଯୋଜନା ଏବଂ ସଚେତନତା ଉଭୟ ପହଂଚିପାରୁ ନାହିଁ | ରଜନା ଠାରେ ଆୟୋଜିତ ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ଷ୍ଟଲ ଖାଲି ରହିଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଯେ, ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ, ରାଜସ୍ବ ବିଭାଗ, ପେନସନ ବିଭାଗ, ଅଙ୍ଗନବାଡି, ଆଶା କର୍ମୀ, ଅଙ୍ଗନବାଡି ସୁପରଭାଇଜର, ସ୍ୱୟଂ ସହାୟକ ଗୋଷ୍ଠୀ, ହର୍ଟିକଲଚର ବିଭାଗ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଜନସାଧାରଣଙ୍କୁ ସରକାରୀ ଯୋଜନା ବିଷୟରେ ସଚେତନ କରାଇଥାନ୍ତି | କିନ୍ତୁ ରଜନା ପଂଚାୟତରେ ବିଭାଗୀୟ ଅଧିକାରୀମାନେ ଅନୁପସ୍ଥିତ ରହିବା  ଏବଂ ଷ୍ଟଲ ଖାଲି ରହିଥିବାରୁ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି | ଏ ସମ୍ବନ୍ଧରେ କୋମନା ବିଡ଼ିଓ ହିତାଂଶୁ ଶେଖର ସାମଲଙ୍କୁ ପଚାରିବାରୁ ଏବିଡିଓଙ୍କୁ ଚିଠି କରିଛି ରିମାଇଣ୍ଡ କରିବା ପାଇଁ ବୋଲି କହିଥିଲେ | ତେବେ ଏହାକୁ ନେଇ ସରକାରୀ ଅର୍ଥ ବାଟବଣା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.