ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ଭର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ବୁଢ଼ରଜା ସରକାରୀ ଉଚ୍ଚ ବିଦ୍ୟାଳୟରେ ସୋମବାର ନବମ ଶ୍ରେଣୀ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୁର୍ବରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ ସିଦ୍ଧାନ୍ତ ନନ୍ଦ ମୁଖ୍ୟ ଅତିଥି, ସାମ୍ବାଦିକ ଜଗଦୀଶ ନାଏକ, ଶିକ୍ଷକ ସୁରଜ୍ ତାଣ୍ଡି, ଦୟାସଙ୍ଗ ନାଏକ, ଲୋକନାଥ ରାଉତ, ବିନିତ କୁମାର ମିଶ୍ର, ଲୋକନାଥ ସାହୁ, ଶିକ୍ଷୟିତ୍ରୀ ମନ୍ଦାକିନୀ ନାଏକ, ସରୋଜ କୁମାର ପଢିଆରୀ, ଲିଜୟାନନ୍ଦ ସାହୁ, ଅମୂଲ୍ୟ କୁମାର ନାଏକ, ହିମାଂଶୁ ଶେଖର ମହାନନ୍ଦ, ତପନ କୁମାର ମେହେର, ସୁରେନ୍ଦ୍ର ଗଣ୍ଡ, ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାମ୍ବାଦିକ ଜଗଦୀଶ ନାଏକଙ୍କୁ ସମ୍ଭର୍ଦ୍ଧନା ଦିଆଯାଇଥିଲା। ପରେ ସ୍କୁଲରେ ବିତେଇ ଥିବା ଦିନକୁ ଚିର ସ୍ମରଣୀୟ କରିବା ପାଇଁ ଛାତ୍ରଛାତ୍ରୀ ମାନେ ବୃଷ ରୋପଣ କରିଥିଲେ। ନବମ ଶ୍ରେଣୀରେ ଛାତ୍ରୀ ବିଷ୍ଣୁପ୍ରିୟା ପଟେଲ ମଞ୍ଚ ସଂଯୋଜନା କରିଥିବାବେଳେ ଶେଷରେ ଦଶମ ଶ୍ରେଣୀର ଛାତ୍ରୀ ସଙ୍ଗୀତା ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.