ନୂଆପଡ଼ାକୁ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଦିନିକିଆ ଗସ୍ତ

ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦରବ୍ଲକ ଏବଂ କୋମନା ବ୍ଲକକୁ ଓଡ଼ିଶା ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଦିନିକିଆ ଗସ୍ତ କରିଛନ୍ତି। ଭୁବନେଶ୍ୱରରୁ ସେ ହେଲିକେପ୍ଟରରେ ଆସି ନୂଆପଡା ଓ କୋମନା ବ୍ଲକର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।  ପୂର୍ବାହ୍ନରେ ମନ୍ତ୍ରୀ ସଦର ବ୍ଲକ ମାଗୁରପାଣି ହାଇସ୍କୁଲ ଖେଳ ପଡିଆ ଠାରେ ବାଳିକା ପେଭେଲିଅନ ଶିଳାନ୍ୟାସ କରି ସେଠାରେ ଏକତ୍ରିତ ହୋଇଥିବା ଜନସମୁଦାୟକୁ ସମ୍ବୋଧିତ କରିଥିଲେ। ପରେ ମନ୍ତ୍ରୀ ଶ୍ରୀ ଢୋଲକିଆ ହେଲିକେପ୍ଟର ଯୋଗେ କୋମନା ବ୍ଲକ ସୁନାବେଡା ପଂଚାୟତର ସାଲେପଡା ସ୍କୁଲର ନୂତନ କୋଠାଗୃହ ନିର୍ମାଣ ଓ ଆଇଡିଏଫ ଫଣ୍ଡ ଦ୍ୱାରା ନିର୍ମିତ ହଲୱାପାଲି ଠାରୁ ଚେରେଚୁଆଁ ରାସ୍ତା ନିର୍ମାଣ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ। ସୁନାବେଡା ଓ ସୋସେଙ୍ଗ ପଂଚାୟତର ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କ ସଭାରେ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ଢୋଲକିଆ ମା ସୁନାଦେଇ ମନ୍ଦିରର ଉର୍ନ୍ନତି କାର୍ଯ୍ୟ ଓ ବିଜୁ ଏକ୍ସପ୍ରେସ ୱେ ରୁ ସୁନାଦେଇ ମନ୍ଦିରକୁ ନିର୍ମାଣ ହେଉଥିବା ରାସ୍ତା କାର୍ଯ୍ୟର ସ୍ଥିତି ନିରୀକ୍ଷଣ କରିଦେଖି। ପରେ ସେଠାରୁ ନୂଆପଡା ବ୍ଲକ ବେଲଟୁକୁରୀ ପଂଚାୟତର ବଖରମାଳ ଖେଳପଡିଆରେ ହେଲିକେପଟର ଯୋଗେ ପହଂଚି ଥିଲେ। ସେଠାରେ ମିନି ଷ୍ଟାଡିଅମ ନିର୍ମାଣ, ବେଲଟୁକୁରି ହାଇସ୍କୁଲର ପାଚେରୀ ନିର୍ମାଣ, ବଖରମାଲ ଖେଳ ପଡିଆରେ ଷ୍ଟେଜ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ପ୍ରତିନିଧି ଜୟ ଢୋଲକିଆ, ଜିଲ୍ଲା ପରିଷଦ ସଭ୍ୟା ଉମା ଠାକୁର, ମୁରଲୀ ଭୋଇ, ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ଉପାଧକ୍ଷ ଦିଲୀପ ନିର୍ମଲକର, ଜିଲ୍ଲା ସାଧାରଣ ସମ୍ପାଦକ କାଳିଆ ପ୍ରଧାନ, ବିଜେଡି ଉପ ସଭାପତି ଧନୀରାମ ସାହୁ ଓ ଚନ୍ଦ୍ରକାନ୍ତ ଠାକୁର, ନୂଆପଡା ସମିତି ସଙ୍ଘ ସଭାପତି ନୀଳକମଲ ଚନ୍ଦ୍ରକାର, ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରାମଲାଲ ହଂସ, ସାରାବଙ୍ଗ ସମିତି ସଭ୍ୟ ଚୁରଣ ସାହୁ, ଜାମପାଣି ସମିତିସଭ୍ୟ ଚିନିଲାଲ ସାହୁ, ମାଗୁରପାଣି ସମିତି ସଭ୍ୟ ଚନ୍ଦନ କୁମାର ବଂଜାରା, ସୋସେଙ୍ଗ ସମିତି ସଭ୍ୟ ଅକବର ମାଝୀ, ଜିଲ୍ଲା ସମ୍ପାଦକ ରବି ବାଗ, ମାଗୁରପାଣି ସରପଞ୍ଚ ଲକ୍ଷ୍ମୀ ରାଉତ, ଦର୍ଲିମୁଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ମିର୍ଧା, ସୁନାବେଡା ସରପଞ୍ଚ ରଜନୀ ଜଗତ, କୋଦୋମେରୀ ସରପଞ୍ଚ ମମତା ପୁଞ୍ଜି, ସାଲିହା ସରପଞ୍ଚ ଶମ୍ଭୁ ସାହୁ, ବେଲଟୁକୁରି ସରପଞ୍ଚ ପୂଜା ଚନ୍ଦ୍ରକାର, ବିରୋମାଲ ସରପଞ୍ଚ ପ୍ରତିନିଧି ଅମରଚନ୍ଦ ଚନ୍ଦ୍ରକାର, ଭାନୁପର ସରପଞ୍ଚ ବିଜୟ ପଣ୍ଡା, ବିଜେଡି ନେତା ମୁକେଶ ଚନ୍ଦ୍ରକାର, ରୋହିତ ରାଉତ, ସଞ୍ଜୟ ପ୍ରଧାନ, ପୁଷ୍ପରଞ୍ଜନ ନାଗ, ମହେନ୍ଦ୍ର ନିଆଲ, ତ୍ରିନାଥ ଦାସ, ମିତ୍ରଭାନୁ ରାଉତ, ସେବକରାମ ରାଉତ, ବଲ୍ଲା ଚନ୍ଦ୍ରକାର, ତୁଙ୍ଗନ ଚନ୍ଦ୍ରକାର ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.