ବେଲଟୁକୁରୀ ଓ କୁରୁମପୁରୀ ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ: ଯୋଗଦେଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଓଡ଼ିଶା ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ନୂଆପଡା ଓ କୋମନା ବ୍ଲକର ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ରବିବାର ନୂଆପଡା ବ୍ଲକ ବେଲଟୁକୁରୀ ପଂଚାୟତରେ ଏବଂ କୋମନା ବ୍ଲକ କୁରୁମପୁରୀ ଠାରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ଢୋଲକିଆ, ସମ୍ମାନିତ ଅତିଥି ଭାବେ ନୂଆପଡା ବିଡ଼ିଓ ବିପିନ ବିହାରୀ ଦୀପ, ବିଧାୟକ ପ୍ରତିନିଧି ଜୟ ଢୋଲକିଆ, ଜିଲ୍ଲା ପରିଷଦ ସଭ୍ୟ ଉମା ଠାକୁର, ଅବନୀ ଯୋଶୀ, ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ଉପାଧକ୍ଷ ଦିଲୀପ ନିର୍ମଳମର, ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରାମଲାଲ ହଂସ, ସମାଜସେବୀ ଧନୀରାମ ସାହୁ, ଚନ୍ଦ୍ରକାନ୍ତ ଠାକୁର, ମୁକେଶ ଚନ୍ଦ୍ରକାର, ରବି ବାଗ, ଡ଼ୁମେରପାଣି ସମିତି ସଭ୍ୟ ଚୁରଣ ସାହୁ, ସ୍ଥାନୀୟ ବେଲଟୁକୁରୀ ସରପଞ୍ଚ ପୂଜା ଚନ୍ଦ୍ରକାର, ସମିତି ସଭ୍ୟ ନୀଳକମଲ ଚନ୍ଦ୍ରକାର, କୁରୁମପୁରୀ ସରପଞ୍ଚ ରାଇଧର ବଘେଲ, ସମାଜସେବୀ ମନୋଜ ଅହୀର, ରମେଶ ସାହୁ, ସନତ ସାହୁ, ଗୋବର୍ଧନ ନାୟକ, ଦେବରାଜ ରଣା, କେଶରଞ୍ଜନ ରଣା ପ୍ରମୁଖ ଉପସ୍ଥିତ ଥିଲେ।  ଏହି ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ନିଜର ପଂଚାୟତରେ ହୋଇଥିବା ବିକାଶଧାରା ବିଷୟରେ ଲୋକଙ୍କୁ ସଚେତନ କରା ଯାଇଥିଲା। ସାମାଜିକ ବିକାଶକୁ ଗୁରୁତ୍ୱ ଦେଉଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ହେବା ସମ୍ପୂର୍ଣ୍ଣ  ସମ୍ଭବ ବୋଲି ଅତିଥିଗଣ ମତ ପ୍ରକାଶ କରିଥିଲେ। ବେଲଟୁକୁରି ପିଇଓ ଡିକେନ୍ଦ୍ର ମାଝୀ ଓ କୁରୁମପୁରୀ ପିଇଓ ବରୁଣ ଦାସ ଏହି କାର୍ଯ୍ୟକ୍ରମମାନଙ୍କରେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.