ସୁନାଥର ପରମାନନ୍ଦ ଶିଶୁ ବିଦ୍ୟା ମନ୍ଦିରରେ ମାତୃପିତୃ ପୂଜନ ସମାରୋହ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସୁନାଥର ଗ୍ରାମରେ ଥିବା ପରମାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ଶିଶୁ ମାନଙ୍କ ଦ୍ଵାରା ଆଜି ଅନୁଷ୍ଠାନରେ ମାତୃପିତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧିକାଂଶ ଅଭିଭାବକ ଅଂଶ ଗ୍ରହଣ କରି ନିଜର ଶିଶୁମାନଙ୍କୁ ଶୁଭ ଆର୍ଶୀବାଦ ପ୍ରଦାନ କରିଥିଲେ । ଯାହାକି ପୂର୍ବରୁ ପ୍ରଚଳିତ ଗୁରୁକୁଳରେ ଅନୁଷ୍ଠିତ ହେଉଥିଲା | ସେହି ପରମ୍ପରା ଓ ଶିଷ୍ଟା ଚାରକୁ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ବଞ୍ଚାଇ ରଖିଛନ୍ତି ସେଥିପାଇଁ ତାଙ୍କୁ ଅନେକ, ଅନେକ ଧନ୍ୟବାଦ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.