ରାଜ୍ୟ ସ୍ତରୀୟ ବକ୍ତବ୍ୟରେ ପ୍ରଥମ ସ୍ଥାନ ହାସଲ କଲେ କୁମ୍ କୁମ୍ ପ୍ରିୟଦର୍ଶିନୀ: ଜିତିଲେ ଏକ ଲକ୍ଷ ଟଙ୍କା ଅର୍ଥ ରାଶି

ଓଡିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ବାରବନ୍ଧା ପଞ୍ଚାୟତ, ବେଲ୍ ଗାଆଁର ଝିଅ ରାଜ୍ୟ ସ୍ତରୀୟ ଘୋଷଣାନାମା ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ହାସଲ କରି ଏକ ଲକ୍ଷ ଟଙ୍କା ଅର୍ଥ ରାଶି ଦ୍ଵାରା ପୁରସ୍କୃତ ହେଇଛନ୍ତି । ବେଲ୍ ଗାଆଁ ନିବାସୀ ହେମନ୍ତ ସାହୁ ଏବଂ ସଂଘମିତ୍ରା ସାହୁଙ୍କ ବଡ଼ ଝିଅ କୁମ୍ କୁମ୍ ପ୍ରିୟଦର୍ଶିନୀ ସାହୁ ନେହେରୁ ଯୁବ କେନ୍ଦ୍ର ତରଫରୁ ମୋ ଭାରତ ବିକଶିତ ଭାରତ ୨୦୪୭ ବିଷୟ ରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲାରୁ ପ୍ରଥମ ହେଇ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ପାଇ କଳାହାଣ୍ଡି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି । କୁମ୍ କୁମ୍ ସମ୍ପ୍ରତି ଗୁରୁ ଘାସି ଦାସ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକୋତ୍ତର ପରେ ପିଏଚଡି ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.