କୁଲିଆବନ୍ଧାଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ କୁଲିଆବନ୍ଧା ପଂଚାୟତରେ ଆମ ଓଡିଶା ନବୀନ ଓଡିଶାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ନୂଆପଡା ବିଡ଼ିଓ ବିପିନ ବିହାରୀ ଦୀପଙ୍କ ତତ୍ୱାବଧାନରେ ଏବଂ କୁଲିଆବନ୍ଧା ପିଇଓ ଶ୍ୟାମସିଂ ମାଝୀଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରାମଲାଲ ହଂସ, ସ୍ଥାନୀୟ ସରପଞ୍ଚ ସନ୍ତରାମ ପାଣ୍ଡେ , ସ୍ଥାନୀୟ ସମିତି ସଭ୍ୟା କେଶରୀ ବାଇ ମାଝୀ, ସମାଜସେବୀ ହୀରାଲାଲ ପଟେଲ, ସୁରେଶ ଆଚାରୀ, ନାଏକ ସରପଞ୍ଚ ପ୍ରତିନିଧି ଭୂଷଣଲାଲ ପାଣ୍ଡେ ପ୍ରମୁଖ ଯୋଗ ଦେଇ ମଂଚାସୀନ ଥିଲେ | ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା | ଲୋକଙ୍କୁ ସଚେତନତା କରିବା ପାଇଁ ବିଭିନ୍ନ ବିଭାଗର ଦ୍ୱାରା ପ୍ରଦର୍ଶିନୀ ଷ୍ଟଲ କରାଯାଇଥିଲା | ପଂଚାୟତର ସମସ୍ତ ୱାର୍ଡ ମେମ୍ବର, ଅଙ୍ଗନବାଡି କର୍ମୀ, ଆଶା ଓ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଏହି କାର୍ଯ୍ୟକ୍ରମରେ ବିଶେଷ ଭାବେ ସହଯୋଗ କରିଥିଲେ | କୁଳିଅବନ୍ଧା ଜିଆରଏସ ପୁନମ ସାହୁ ବିଶେଷ ଭାବେ ସହଯୋଗ କରିଥିଲେ | ତେବେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ନିଜର ପଂଚାୟତରେ ହୋଇଥିବା ବିକାଶଧାରା ବିଷୟରେ ଲୋକଙ୍କୁ ସଚେତନକରାଇବା ହଁ ଏହି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ | ସାମାଜିକ ବିକାଶକୁ ଗୁରୁତ୍ୱ ଦେଉଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ହେବା ସମ୍ପୂର୍ଣ ଭାବେ ସମ୍ଭବ ବୋଲି ଅତିଥିଗଣ ମତ ପ୍ରକାଶ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.