ନର୍ଲାର ନୂତନ ଥାନାଧିକାରୀଙ୍କୁ ଏଓଏସସିଏଫ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ନର୍ଲା ଥାନାଧିକାରୀ ମମତା ପାଣିଗ୍ରାହୀଙ୍କୁ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଏଓଏସସିଏଫ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଓଏସସିଏଫ ନର୍ଲା ବ୍ଲକ ସଭାପତି  ରଘୁନାଥ ଦୀପଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଥାନାଧିକାରୀ ଶ୍ରୀମତୀ ପାଣିଗ୍ରାହୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ପୁଷ୍ପ ଗୁଚ୍ଛ, ଡାଏରୀ କଲମ ସହିତ ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ଏକ ଫଟୋଚିତ୍ର ଭେଟି ଦେଇଥିଲେ। ଏକ ସକ୍ରିୟ ସାମାଜିକ ସଂଗଠନ ଭାବେ ଏଓଏସସିଏଫ ନର୍ଲା ବ୍ଲକରେ କାର୍ଯ୍ୟ କରୁଥିବା ଜାଣି ଥାନାଧିକାରୀ ନିଜର ପ୍ରସନ୍ନତା ବ୍ୟକ୍ତବ୍ୟ କରିଥିଲେ। ଏହି ପ୍ରତିନିଧି ଦଳରେ ମହିଳା ମୁଖ୍ୟ ଲୋଚନା କୁମାର, ଉପସଭାପତି ଶୈଳ କୁମାର, ସହ ସମ୍ପାଦକ ଜୟ ବିଭାର, ଯୁବ ମୁଖ୍ୟ ଦିଲ ଦିଓ ଘର୍ଡ଼ା, ବିପିନ୍ଦ୍ର ନିଆଲ, ରୋହିତ ଦୀପ, ତ୍ରିଲୋଚନ ନାଗ, ଦୁଃଶାସନ ଦୁର୍ଗା, କରୁଣା ଛତ୍ରିଆ, ଚୈତନ୍ୟ ଦୀପ, ଜଗବନ୍ଧୁ ହରପାଲ, ଟୁନା ସେନାପତି ଓ ଜିଲ୍ଲା ସମ୍ପାଦକ ଭିକାରୀ ଚରଣ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.